Latest Odisha News

BREAKING NEWS

ଆଣ୍ଡାମାନରେ ଅପ୍ଟିକାଲ୍ ଫାଇବର କେବୁଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ହାଇସ୍ପିଡ୍ ଅପ୍ଟିକାଲ୍ ଫାଇବର କେବୁଲ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି ।

ଏହି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରୁ ଚେନ୍ନାଇ ଯାଏଁ ପାଣି ତଳେ ଅତ୍ୟାଧୁନିକ୍ ଟେଲିକମ୍ କେବୁଲ୍ କୁ ପ୍ରାୟ ୮ଟି ଦ୍ୱୀପପୁଞ୍ଜକୁ ସଂଯୋଗ କରାଯାଇଛି । ଯାହାଫଳରେ ସେଠାରେ ଇଣ୍ଟରନେଟ୍ ସ୍ପିଡ୍ ଓ କନେକ୍ଟିଭିଟି ବଢିବ ।

ଚେନ୍ନାଇରୁ ପୋର୍ଟ ବ୍ଲେୟାର ଯାଏଁ ସମୁଦ୍ର ଭିତରେ ପ୍ରାୟ ୨୩ ଶହ କିମି. ସବମରିନ ଅପ୍ଟିକାଲ୍ ଫାଇବର କେବୁଲ୍ ବିଛା ଯାଇଛି । ଯେଉଁଥିପାଇଁ ପ୍ରାୟ୧୨୨୪ କୋଟି ଟଙ୍କା ଖର୍ଚ୍ଚ ହେବ ।

ପ୍ରଧାନମନ୍ତ୍ରୀ ମୋଦି ୨୦୧୮ ମସିହା ଡିସେମ୍ବର ୩୦ ତାରିଖରେ ଏହି ପରିଯୋଜନାର ଶିଳାନ୍ୟାସ କରିଥିଲେ । ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବାଧନ କରି ମୋଦି କହିଛନ୍ତି ଯେ ଏବେ ଭାରତ ଆତ୍ମନିର୍ଭରତା ସଂକଳ୍ପ ସହିତ ଆଗକୁ ବଢୁଛି। ଏପରିକି ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜକୁ ୱାଲ୍ଡ୍ ଟୁରିଜିମ୍ ସ୍ପଟ୍ ଭାବେ ବିକଶିତ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର ।

Comments are closed.