Latest Odisha News

BREAKING NEWS

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ୭ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଦୟାକରି ନିଜକୁ କ୍ୱାଂରେଟିନ୍ କରି କରୋନା ଟେଷ୍ଟ କରାନ୍ତୁ ବୋଲି ପ୍ରଣବ ମୁଖାର୍ଜୀ କହିଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାଭାଇରସ୍ ପାଇଁ ପଜିଟିଭ୍ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଅଗଷ୍ଟ ୨ରେ ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଥିଲେ ।

Leave A Reply

Your email address will not be published.