ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ଏପର୍ଯ୍ୟନ୍ତ ଆବେଦନ କରିପାରି ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (MCA) ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ୨୦୨୫ ପାଇଁ ପଞ୍ଜିକରଣ ଶେଷ ତାରିଖ ବୃଦ୍ଧି କରିଛି । ଆଗ୍ରହୀ ଏବଂ ଯୋଗ୍ୟ ଛାତ୍ରଛାତ୍ରୀମାନେ ଏବେ ସରକାରୀ ୱେବସାଇଟ୍ pminternship.mca.gov.in କୁ ଯାଇ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ।
ଦେଶର ଯୁବକଙ୍କ ଭବିଷ୍ୟତରେ ଉନ୍ନତି ଆଣିବା ପାଇଁ ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ ନାମକ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏଥିପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି l ତେବେ ଇଣ୍ଟର୍ନସିପ୍ କରୁଥିବା ଯୁବକମାନେ ମାସକୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବେ ସାରାର l ଏହା ବ୍ୟତୀତ ଇଣ୍ଟର୍ନସିପ୍ ଆରମ୍ଭରେ ଅଗ୍ରୀମ ୬ ହଜାର ଟଙ୍କା ଦେବେ ସରକାର l ତେବେ ନୂଆକରି କ୍ୟାରିୟର ଆରମ୍ଭ କରୁଥିବା ଯୁବକମାନଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ଏକ କୋଟି ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ l ଏଥିପାଇଁ ମନ୍ତ୍ରଣାଳୟ ଏକ ପୋର୍ଟାଲ ଲଞ୍ଚ କରିଛି। ପ୍ରାର୍ଥୀମାନେ ପିଏମ ଇଣ୍ଟର୍ନସିପ୍ ସ୍କିମ୍ର ଅଫିସିଆଲ୍ ୱେବସାଇଟ୍ pminternship.mca.gov.in ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
କିପରି କରିବେ ଆବେଦନ
ଆବେଦନ ପାଇଁ ପ୍ରଥମ ଅଫିସିଆଲ୍ ୱେବସାଇଟ୍ pminternship.mca.gov.in କୁ ଯାଆନ୍ତୁ l ଏବେ ରେଜିଷ୍ଟର୍ ଲିଙ୍କ୍ରେ କ୍ଲିକ୍ କରନ୍ତୁ l ଏହାପରେ ଏକ ନୂଆ ପେଜ୍ ଖୋଲିବ l ସେଠାରେ ପଞ୍ଜୀକରଣ ବିବରଣୀ ପୂରଣ କରୀ ସବମିଟ ବଟନ୍ ଉପରେ କ୍ଲିକ୍ କରନ୍ତୁ l ଏବେ ପ୍ରାର୍ଥୀମାନଙ୍କ ଦ୍ୱାରା ଦିଆଯାଇଥିବା ସୂଚନାକୁ ଆଧାର କରି ପୋର୍ଟାଲରେ ବାୟୋଡାଟା ପ୍ରସ୍ତୁତ ହେବ l ଏହାପରେ ସ୍ଥାନ, କ୍ଷେତ୍ର, କାର୍ଯ୍ୟକ୍ଷମ ଭୂମିକା ଏବଂ ଯୋଗ୍ୟତା ଉପରେ ଆଧାର କରି ୫ ଟି ଇଣ୍ଟର୍ନସିପ୍ ସୁଯୋଗ ପାଇଁ ଆବେଦନ କରନ୍ତୁ। ହୋଇଗଲା ପରେ ସବମିଟ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ଆବେଦନ ପେଜ୍ ଡାଉନଲୋଡ୍ କରି ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ l
ଯୋଗ୍ୟତା
ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ଆବେଦନ କରିବାକୁ ଆବେଦନକାରୀଙ୍କର ଦଶମ, ଦ୍ୱାଦଶ ଏବଂ ଆଇଟିଆଇ ଡିଗ୍ରୀ ଥିବା ଆବଶ୍ୟକଯ। ଏହା ବ୍ୟତୀତ BA, B.Com, B.Sc, BBA ଏବଂ B-Pharma ଭଳି ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ବାଧ୍ୟତାମୂଳକ। ୨୧-୨୪ ବର୍ଷର ଯୁବକମାନେ ଏହି ଯୋଜନାର ଲାଭ ପାଇପାରିବେ। ଏଥି ସହ ଆବେଦନକାରୀ କୌଣସି କମ୍ପାନୀରେ ପୂର୍ଣ୍ଣ ସମୟ କାମ କରିବା ଉଚିତ୍ ନୁହେଁ ଏବଂ ଭାରତର ନାଗରିକ ହେବା ଉଚିତ୍।
Comments are closed.