Latest Odisha News

BREAKING NEWS

ପଞ୍ଚାୟତ ଦିବସ ଅବସରରେ ‘ଇ-ଗ୍ରାମସ୍ୱରାଜ ପୋର୍ଟାଲ’ ଓ ମୋବାଇଲ ଆପ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଚାୟତ ରାଜ ଦିବସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସରପଞ୍ଚଙ୍କ ସହ କଥାବାର୍ତ୍ତା କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଗ୍ରାମସ୍ୱରାଜ ପୋର୍ଟାଲ (ପଞ୍ଚାୟତିରାଜ ପାଇଁ ସରଳୀକୃତ କାର୍ଯ୍ୟ ଭିତ୍ତିକ ଆକାଉଣ୍ଟିଂ ଆବେଦନ) ଏବଂ ଏକ ମୋବାଇଲ୍ ଆପ୍ ଲୋକାର୍ପଣ କରିଛନ୍ତି।

“ପୂର୍ବରୁ ଆମେ ମୁହାଁମୁହିଁ କଥାବାର୍ତ୍ତା କରୁଥିଲୁ, କିନ୍ତୁ ବର୍ତ୍ତମାନ କରୋନାଭାଇରସ୍ କାରଣରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରୁଛୁ। ଏହା ଆମକୁ ଶିକ୍ଷା ଦେଇଛି ଯେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ କାରଣ ଅନ୍ୟଥା ଏଭଳି ଅକାଳ ସଙ୍କଟ ଦୂର କରିବା କଷ୍ଟସାଧ୍ୟ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ଆତ୍ମନିର୍ଭରଶୀଳ ପଞ୍ଚାୟତ ଏକ ଶକ୍ତିଶାଳୀ ଗଣତନ୍ତ୍ର ଗଠନ କରିବାରେ ସାହାଯ୍ୟ କରିବ, ଯାହାଦ୍ୱାରା ଅପହଞ୍ଚ ଇଲାକାରେ ମଧ୍ୟ ବିକାଶ ପହଞ୍ଚିବାରେ ସଫଳ ହେବ।

ଭିଡିଓ କନଫରେନ୍ସିଂରେ ପଞ୍ଚାୟତ ରାଜମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.