ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସିଧିରେ ବସ ଦୁର୍ଘଟଣା ନେଇ ଦେଶରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋଦି ।
ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରି ମୋଦି କହିଛନ୍ତି ଯେ ଏହା ଏକ ଭୟାବହ ଦୁର୍ଘଟଣା ଥିଲା । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ବସ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଛନ୍ତି । ଏବେ ସୁଦ୍ଧା ଉଦାହାରକାର୍ଯ୍ୟ ଜାରି ରହିଛି । ମଧ୍ୟପ୍ରଦେଶ ସରକାର ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।
ସିଧିରେ ବସ ଦୁର୍ଘଟଣା ପରେ ସରକାର କ୍ୟାବିନେଟ ବୈଠକ ସ୍ଥଗିତ ରଖିଛନ୍ତି । ଜଳ ସଂସାଧନା ମନ୍ତ୍ରୀ ତୁଳସୀ ସିଲାବଟ ଓ ରାଜ୍ୟମନ୍ତ୍ରୀ ରାମଖେଲାବନ ପଟେଲ ଭୋପାଲରୁ ହେଲିକେପ୍ଟର ଯୋଗେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ।
Comments are closed.