Latest Odisha News

ଏବେ ଦେଶରେ ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି ୫ଟାରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ‌ସମ୍ବୋଧନ ବେଳେ ସେ ସମସ୍ତ ରାଜ୍ୟ ସରକାରଙ୍କ ଦାବିକୁ ପୂରା କରିଛନ୍ତି। ଜୁନ୍ ୨୧ ଠାରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ମାଗଣା କରୋନା ଟିକା ଘୋଷଣା କରିଛନ୍ତି। ଏବେ ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଏହାସହିତ ଦିୱାଲି ପର୍ଯ୍ୟନ୍ତ ୮୦ କୋଟି ଗରିବଙ୍କୁ ପାଇଁ ମାଗଣା ରାସନ ଯୋଗାଇଦେବାକୁ ମଧ୍ୟ କହିଛନ୍ତି ମୋଦୀ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସରକାର ରାଜ୍ୟରୁ କୋଭିଡ-୧୯ ଟିକାକରଣକୁ ନିୟନ୍ତ୍ରଣ କରିବେ ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ କରିବେ।

Comments are closed.