Latest Odisha News

BREAKING NEWS

ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ଆସନ୍ତା ୫ ମାସ ଯାଏଁ ବଢ଼ିଲା ଗରିବଙ୍କୁ ରାସନ ଦେବା ଯୋଜନା । ଅର୍ଥାତ ଆସନ୍ତା ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି କହିଛନ୍ତି । ସେ ଘୋଷଣା କରିଛନ୍ତିଯେ, ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ୫ ମାସ ଯାଏଁ ମାଗଣା ରାସନ ମିଳିବ ।

ଏହି ଯୋଜନା ଆଧାରରେ ଗରିବଙ୍କୁ ୫ କିଲୋ ମାଗଣାରେ ଗହମ କିମ୍ବା ଚାଉଳ ଓ ଏକ କିଲୋ ଚଣା ଦିଆଯିବ। ଏହି ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ଲାଗୁ କରିବାରେ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯେବେଠୁ ଏହି ଯୋଜନା ଆରମ୍ଭ ହୋଇଛି ସେବେଠୁ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଢ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ୮୦ କୋଟି ଲୋକଙ୍କୁ ଲାଭ ମିଳିବ ବୋଲି ମୋଦୀ କହିଛନ୍ତି।

 

Comments are closed.