Latest Odisha News

BREAKING NEWS

ଓଡ଼ିଶା ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ସମୀକ୍ଷା କରିବେ ଅମ୍ଫାନ୍ ବାତ୍ୟା ପରବର୍ତ୍ତୀ ସ୍ଥିତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଓଡ଼ିଶାରେ ଅନୁଭୂତ ହୋଇଥିବା ଅମ୍ଫାନ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ମୁଖ୍ୟ ସଚିବ ଅସିତ୍ ତ୍ରୀପାଠୀଙ୍କ ସହିତ ଅନ୍ୟମାନେ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ ।

ଅଧିକ ପଢନ୍ତୁ: ପଶ୍ଚିମବଙ୍ଗ ଲାଗି ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଏକ ଆର୍ମି ବିମାନ ଯୋଗେ ଓଡ଼ିଶାର ବାତ୍ୟାଞ୍ଚଳକୁ ଆକାଶମାର୍ଗରୁ ସର୍ବେକ୍ଷଣ କରିବେ ।

ଆଜି ସନ୍ଧ୍ୟା ୫ଟା ସମୟରେ ରାଜ୍ୟ ସରକାରଙ୍କ ସହିତ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଏକ ବୈଠକରେ ଯୋଗ ଦେଇପାରନ୍ତି ।

ଅଧିକ ପଢନ୍ତୁ: ପଶ୍ଚିମବଙ୍ଗରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗ ଲାଗି ମୋଦୀ ୧୦୦୦ କୋଟି ଟଙ୍କାର ଏକ ଆଗୁଆ ସହାୟତା ରାଶି ଘୋଷଣା କରିଥିଲେ ।

 

Leave A Reply

Your email address will not be published.