Latest Odisha News

‘ଯାହାଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ସଂସଦ କାମରେ ବାଧା ସୃଷ୍ଟି କରୁଛନ୍ତି’

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ୧୮ ତମ ସଂସଦର ଶୀତକାଳୀନ ଅଧିବେଶନ । ଯାହା ଆସନ୍ତା ଡିସେମ୍ବର ୨୦ ଯାଏଁ ଚାଲିବ । ଅଧିବେଶନ ଆରମ୍ଭରୁ ହିଁ ଦିବଙ୍ଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହାପରେ ବିରୋଧୀଙ୍କ ହଙ୍ଗାମା କାରଣରୁ ୧୨ଟା ଯାଏଁ ଗୃହକୁ ମୁଲତବି ରଖାଯାଇଛି ।

ସେପଟେ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିବେଶନକୁ ସୁରୁଖୁରୁରେ ଚଲାଇବା ପାଇଁ ସମସ୍ତଙ୍କୁ ଅଭିଲ କରିବା ସହିତ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ମୋଦି କହିଛନ୍ତି, ଯେଉଁମାନଙ୍କୁ ଜନତା ୮୦ ଥର ପ୍ରତ୍ୟାଖ୍ୟାନ କରିଛନ୍ତି, ସେମାନେ ହିଁ ସଂସଦ କାମରେ ବାଧା ସୃଷ୍ଟି କରୁଛନ୍ତି । କାରଣ ସେମାନେ ଲୋକଙ୍କ ଆଶାଭାଜନ ହୋଇପାରିନାହାନ୍ତି । ଦୁର୍ଭାଗ୍ୟ ଯେ, କିଛି ଲୋକ ନିଜ ସ୍ବାର୍ଥ ହାସଲ ପାଇଁ ସଂସଦକୁ ନିଜ ମୁଠିରେ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି ।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି, ଏହା ଶୀତକାଳୀନ ଅଧିବେଶନ ତେଣୁ ମାହୋଲ ଥଣ୍ଡା ରହିବା ଉଚିତ୍ । ୨୦୧୪ର ଏହା ଶେଷ ଅବଧି ଚାଲୁଛି । ଦେଶ ପୂରା ଉତ୍ସାହର ସହିତ ୨୦୨୫ର ସ୍ବାଗତ ପାଇଁ ଲାଗିଛି । ସଂସଦର ଏହି ଅଧିବେଶନ ଅନେକ ପ୍ରକାରରେ ବିଶେଷ ଅଟେ । ସବୁଠୁ ବଡ କଥା ହେଉଛି, ଆମେ ସମ୍ବିଧାନର ୭୫ ବର୍ଷରେ ପ୍ରବେଶ କରିଛୁ । ନୂଆ ସାଂସଦ ମାନେ ନୂଆ ଆଶା ନେଇ କାମ କରିବାକୁ ଆସିଛନ୍ତି । ଅନେକ ସମସ୍ୟା ରହିଛି, ଅନେକ ବିଷୟରେ ଆଲୋଚନା କରିବାର ଅଛି । ଆଶା କରୁଛି ଏ ଅଧିବେଶନ ଅତ୍ୟନ୍ତ ଭଲ ହେବ ବୋଲି କହିଛନ୍ତି ମୋଦି ।

Leave A Reply

Your email address will not be published.