Latest Odisha News

ସିଞ୍ଜୋ ଆବେଙ୍କୁ “ବନ୍ଧୁ” ବୋଲି ସମ୍ବୋଧନ କଲେ ମୋଦୀ!!

ନୂଆଦିଲ୍ଲୀ: ଜାପାନ ସହିତ ଲ୍ୟାଣ୍ଡମାର୍କ ସାମରିକ ଚୁକ୍ତି ପରେ ବିଦାୟ ନେଉଥିବାଜାପାନ ପ୍ରତିପକ୍ଷ ସିଞ୍ଜୋ ଆବେଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

ଏହି ଆଲୋଚନାରେ ସିଞ୍ଜୋ ଆବେ ଜାପାନର ନୂତନ ସରକାରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି ଏବଂ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ଏଥିରେ କୁହାଯାଇଛି ଯେ ଦୁଇ ନେତା ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀରେ ମିଳିଥିବା ଦୃତ ଗତି ଭବିଷ୍ୟତରେ ମଧ୍ୟ ଜାରି ରହିବ।ଦୁଇ ନେତା ଭାରତୀୟ ସଶସ୍ତ୍ର ବାହିନୀ ଏବଂ ଜାପାନର ଆତ୍ମରକ୍ଷା ବାହିନୀ ମଧ୍ୟରେ ପାରସ୍ପରିକ ଲଜିଷ୍ଟିକ୍ ସହାୟତା ଚୁକ୍ତିନାମା ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି।

Comments are closed.