Latest Odisha News

BREAKING NEWS

ଗାଙ୍ଗୁଲିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍ କରି ଗାଙ୍ଗୁଲିଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଗାଙ୍ଗୁଲି ଏବେ ସୁସ୍ଥ ଅନୁଭବ କରୁଥିବା ମୋଦିଙ୍କୁ କହିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ଗାଙ୍ଗୁଲିଙ୍କ ପତ୍ୱୀ ଡୋନା ଗାଙ୍ଗୁଲିଙ୍କ ସହ ବି ଫୋନ୍ ଯୋଗେ କଥା ହୋଇଛନ୍ତି । ଗାଙ୍ଗୁଲିଙ୍କର ଦ୍ରୁତ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଶନିବାର ସକାଳେ ଏକ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ତୁରନ୍ତ ତାଙ୍କୁ କୋଲକାତାର ଉଡ୍‌ଲାଣ୍ଡ୍‌ସ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ହୃଦପିଣ୍ଡରେ ତିନୋଟି ବ୍ଲକେଜ ଥିବା ଜଣାପଡ଼ିଥିଲା । ସେପଟେ ଆଜି ଉଡଲାଣ୍ଡସ୍ ହସ୍ପିଟାଲର ଏକ ନଅ ଜଣିଆ ମେଡିକାଲ ବୋର୍ଡର ବୈଠକ ବସୁଛି । ଗାଙ୍ଗୁଲି ପରବର୍ତ୍ତୀ ଚିକିତ୍ସା ନେଇ ଡାକ୍ତରୀ ଟିମ୍ ଆଲୋଚନା କରିବେ ।

Leave A Reply

Your email address will not be published.