Latest Odisha News

BREAKING NEWS

ଭୋଟ୍ ଦେଲେ, ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ସେ ସକାଳୁ ଅହମ୍ମଦାବାଦରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଇନରେ ଠିଆ ହୋଇ ନିଜ ସମୟକୁ ଅପେକ୍ଷା କରିଥିଲେ । ରନିପ୍ ଅଞ୍ଚଳର ନିଶାନ ହାଇସ୍କୁଲରେ ଭୋଟ୍ ଦେଇଛନ୍ତି  । ବହୁସଂଖ୍ୟାରେ ଭୋଟ୍ ଦେଇଥିବାରୁ ସେ ଗୁଜରାଟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମଳିଥିଲା । ଭୋଟ୍ ପୂର୍ବ ସନ୍ଧ୍ୟାରେ ମାଆଙ୍କୁ ଭେଟିଥିଲେ ମୋଦୀ ।

ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ମୋଟ ୧୪ ଜିଲ୍ଲାରେ ସକାଳ ୮ଟାରୁ ଭୋଟ୍ ଗ୍ରହଣ ହେଉଛି । ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ବି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ନିର୍ବାଚନରେ ମତସାବ୍ୟସ୍ତ କରିବେ ୨.୫୧ କୋଟିରୁ ଅଧିକ ଭୋଟର । ମୋଟ ୨୬,୪୦୯ ପୋଲିଂ ଷ୍ଟେସନରେ ମତଦାନ ଜାରି ରହିଛି ।

Leave A Reply

Your email address will not be published.