ନୂଆଦିଲ୍ଲୀ : ଆଜି ସିଙ୍ଗାପୁରରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର କିଡ଼ନୀ ପ୍ରତ୍ୟାରୋପଣ କରାଯିବ । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁଙ୍କ କିଡନୀ ପ୍ରତିରୋପଣ କରାଯିବ। ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ କିଡ଼ନୀ ଦାନ କରିବେ। ତେବେ ଲାଲୁଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ନିମନ୍ତେ ଉଭୟଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପ୍ରଥମେ ରୋହିଣୀଙ୍କର ଅପରେସନ କରାଯାଇ କିଡନୀ ବାହାର କରାଯିବ । ପରେ ସେହି କିଡ଼ନୀକୁ ଲାଲୁଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ।
ଏନେଇ ରୋହିଣୀ ଆଜି ସକାଳୁ ହସ୍ପିଟାଲ ବେଡରୁ ନିଜ ଫଟୋ ଟ୍ୱିଟ କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ହସ୍ପିଟାଲ ଯିବା ପୂର୍ବରୁ ଇମୋସନାଲ ହୋଇ ରୋହିଣୀ ଟ୍ୱିଟ କରି କହିଛନ୍ତି, ଯେ ଭଗବାନଙ୍କୁ ଦେଖିନି । ହେଲେ ଭଗବାନଙ୍କ ରୂପରେ ପିତାଙ୍କୁ ପାଇଛି।
हमने ईश्वर न देखा है
मगर ईश्वर के रूप में
अपने पापा को देखा है☺️??? pic.twitter.com/sOEp6FEwea— Rohini Acharya (@RohiniAcharya2) December 3, 2022
ତେବେ ଲାଲୁଙ୍କ ସୁସ୍ଥ କାମନା କରି ପାଟଣାର ଦାନାପୁରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଆଜି ହେବାକୁ ଥିବା କିଡନୀ ପ୍ରତିରୋପଣ ପାଇଁ ପୂଜାପାଠ ଓ ରୁଦ୍ରାଭିଷେକ ପୂଜା କରାଯାଇଥିବା ଜଣାପଡ଼ିଛି ।
Comments are closed.