Latest Odisha News

BREAKING NEWS

ବିବିସି ଡକ୍ୟୁମେଣ୍ଟାରୀ: ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶକ୍ତିମାନେ କେବେ ବି ସଫଳ ହେବେନି ବୋଲି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ପରୋକ୍ଷରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଥିବା ମୋଦୀ କହିଛନ୍ତି। ଶନିବାର ଦିଲ୍ଲୀ କରିଆପ୍ପା ଗ୍ରାଉଣ୍ଡରେ ନ୍ୟାସ୍‌ନାଲ କ୍ରେଡିଟ୍ କର୍ପସ(ଏନ୍‌ସିସି)ର ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ।

ତେବେ ଏଭଳି ଦେଶ ବିରୋଧୀ ଶକ୍ତିମାନଙ୍କର ଏହି ଷଡ଼ଯନ୍ତ୍ର କେବେ ବି ସଫଳ ହେବ ନାହିଁ। ଭାରତର ଭବ୍ୟତାକୁ କାଏମ୍ ରଖିବାକୁ ହେଲେ ଏକତାର ସୂତ୍ର ହିଁ ମୂଳମନ୍ତ୍ର ବୋଲି ମୋଦୀ କହିଛନ୍ତି। ମୋଦୀଙ୍କର ଏହି ଭାଷଣ ବିବିସି ଡକ୍ୟୁମେଣ୍ଟାରୀ ସହିତ ଯୋଡି ଦେଖାଯାଉଛି।

ସେ କହିଛନ୍ତି “ ଦେଶକୁ ଭାଗ ଭାଗ କରିବାକୁ ବାହାନା ଖୋଜା ଚାଲିଛି। ଭଳି ଭଳି କଥା ବାହାର କରି ଭାରତ ମାତାର ସନ୍ତାନ ମଧ୍ୟରେ କ୍ଷୀରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ହେଲେ ମାଆ କ୍ଷୀରରେ କେବେ ବି ଫାଟ ସୃଷ୍ଟି ହୋଇ ନପାରେ। ସତ ଚେଷ୍ଟା ପରେ ବି ସେମାନ ଭାରତୀୟଙ୍କୁ ଅଲଗା କରିପାରିବେ ନାହିଁ।”

ମୋଦୀ ଆହୁରି କହିଛନ୍ତି “ ଏଥିପାଇଁ ଏକତାର ମନ୍ତ୍ରୀ ହେଉଛି ଏକମାତ୍ର ବିଷନାଶକ ଔଷଧ। ଏକତାର ମନ୍ତ୍ର ସଂକଳ୍ପ ଆମ ଦେଶର ଶକ୍ତି। ଏହି ଗୋଟିଏମାତ୍ର ରାସ୍ତାରେ ଗଲେ ଭାରତ ତାର ଭବ୍ୟତା କାଏମ ରଖିପାରିବ।”

୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଯେଉଁ ବିବାଦୀୟ ୱେବ୍ ସିରିଜ୍ ବନାଇଛି। ତାକୁ ନେଇ ବର୍ତ୍ତମାନ ସାରା ଦେଶରେ ହଙ୍ଗାମା ଲାଗି ରହିଛି। ଯାହାକୁ ନେଇ ବିଭିନ୍ନ ୟୁନିଭର୍ସିଟିରେ ମଧ୍ୟ ଛାତ୍ର ଅଶନ୍ତୋଷ ଦେଖାଦେଇଛି। ତେବେ ଭାରତ ସରକାର ଦେଶରେ ଏହି ରିପୋର୍ଟକୁ ବ୍ୟାନ୍ କରିସାରିଥିବା ବେଳେ ଏହାକୁ ବିରୋଧୀମାନେ କିନ୍ତୁ ନିନ୍ଦା କରୁଛନ୍ତି।

ଏହି ଅବସରରେ ମୋଦୀ ଯୁବ ଭାରତ କଥା କହିଥିଲେ। ଦେଶର ଯୁବ ଶକ୍ତି ପାଇଁ ସାରା ବିଶ୍ୱ ଭାରତକୁ ଦେଖୁିଛି ବୋଲି ମୋଦୀ କହିଥିଲେ। ସେହିପରି ଦେଶର ନାରୀ ଶକ୍ତି ପାଖରେ ମଧ୍ୟ ଅପାର ସାମର୍ଥ୍ୟ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.