Latest Odisha News

BREAKING NEWS

ଭାଇରାଲ ହେଉଛି ବ୍ୟକ୍ତିଗତ ଲାଇବ୍ରେରୀ, ଯେଉଁଥିରେ ରହିଛି ୩୨ହଜାରରୁ ଅଧିକ ପୁସ୍ତକ

କୁହାଯାଏ ଯେଉଁମାନେ ପୁସ୍ତକକୁ ବନ୍ଧୁ କରନ୍ତି ସେମାନେ ନୂଆ ଇତିହାସ ସୃଷ୍ଟି କରନ୍ତି । ପୁସ୍ତକରେ ସବୁ ସମସ୍ୟାର ସମାଧାନ ଥାଏ । ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହି ପଢିବାକୁ ଭଲ ପାଆନ୍ତି  । ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ବହି ରଖିବାକୁ ବେଶ ପସନ୍ଦ କରନ୍ତି ।

ଟିକିଏ ଭାବନ୍ତୁ ତ ଜଣେ ବ୍ୟକ୍ତି ନିଜ ଘରେ କେତେ ପୁସ୍ତକ ରଖିପାରିବେ? ୧ହଜାର କିମ୍ବା ୫ ହଜାର । ହେଲେ କ’ଣ  ଆପଣ ଜାଣିଛନ୍ତି ଆମେରିକାର ଜଣେ ବ୍ୟକ୍ତି ନିଜ ଘରେ ପ୍ରାୟ ୩୨ ହଜାରୁ ଅଧିକ ବହି ରଖିଛନ୍ତି । ଏହାର  ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି |

ଫଟୋଟିରେ ଏକ ଲାଇବ୍ରେରୀ ଅଛି । ଯାହା କି ଏକ ସାର୍ବଜନୀନ ଲାଇବ୍ରେରୀ ନୁହେଁ ବରଂ ଏକ ଘରୋଇ ଲାଇବ୍ରେରୀ । ଆମେରିକାର ବାସିନ୍ଦା ଓ’ନିଲ୍ ଗିର୍ ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି।  ସେ ଲେଖିଛନ୍ତି – ଏହା ଆମର ବ୍ୟକ୍ତିଗତ ଲାଇବ୍ରେରୀ ।  ଏହି ଲାଇବ୍ରେରୀରେ ପ୍ରାୟ ୩୨ ହଜାରରୁ ଅଧିକ ପୁସ୍ତକ ଅଛି ।

ଏହି ଲାଇବ୍ରେରୀ ଦେଖିବା ପରେ ଲୋକମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି |  ଏହି ଚିତ୍ର ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି |  ସେମାନଙ୍କ ଭିତରୁ ଜଣେ ଲେଖିଛନ୍ତି – ଏହା ଏକ ଚମତ୍କାର ଲାଇବ୍ରେରୀ |  ମୁଁ ଏଥିରେ ଅଧ୍ୟୟନ କରିପାରିବି କି?

Leave A Reply

Your email address will not be published.