Latest Odisha News

ଦେଶରେ ମହିଳା ସଂକଟରେ; ଉଦବେଗ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ: କୋଲକାତାରେ ଯେଉଁଭଳି ଭାବେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇ ଅତି ନିର୍ମମ ଭାବରେ ହତ୍ୟା କରାଗଲା ତାହା ପୁରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଯିଏ ଆମର ସୁସ୍ଥତା ନିଶ୍ଚିତ କରନ୍ତି ଆଜି ସେମାନେ ସଂକଟରେ ବୋଲି ପୂରା ଦେଶବାସୀ କ୍ଷୋଭ ପ୍ରକାଶ କରୁଛନ୍ତି । ତେବେ ଏହି ଘଟଣା ନୂଆ ନୁହେଁ ଦେଶ ସ୍ବାଧୀନତାର ସ୍ବାଦ ଚାଖିବାର ୭୭ ବର୍ଷ ପରେ, ଆଜି ବି ପରାଧିନ । ଆଜି ବି ନାରୀଟିଏ ସୁରକ୍ଷିତ ନାହିଁ । ପ୍ରତି ଦିନ ଘରଠାରୁ ଆରମ୍ଭ କରି ରାସ୍ତା, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ସବୁଠି ଶିଶୁଟିଏ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅନେକ ଥର ଏହି କୁତ୍ସ୍ୟ ସାମାଜିକ ବ୍ୟକ୍ତିଙ୍କ ଶିକାର ହୋଇ କେବଳ ଖବର ହୋଇ ରହିଯାଆନ୍ତି ପୀଡିତା ମହିଳା । ଯାହାକୁ ଶୁଣିଲା ପରେ ଗାନ୍ଧୀଙ୍କ ସେହି ଗୋଟିଏ କଥା ମନେ ପଡୁଛି ଯେବେ ଅର୍ଦ୍ଧରାତ୍ରିରେ ଜଣେ ମହିଳା ବିଚ୍ ରାସ୍ତାରେ ସୁରକ୍ଷିତ ଯାଆାସ କରିପାରିବ ସେହି ଦିନ ପ୍ରକୃତରେ ଦେଶ ସ୍ବାଧୀନ ହେବ । ଆଉ ଆଜି ପର୍ଯ୍ୟନ୍ତ ପ୍ରକୃତ ସ୍ବାଧୀନତା ଚାଖି ପାରିଲାନି ଭାରତ ।

ଯାହାକୁ ନେଇ ଆଜି ଉଦବେଗ ପ୍ରକାଶ କରିଛନ୍ତି ମୋଦି । ଲାଲକିଲ୍ଲାରେ ପତାକା ଉତ୍ତୋଳନ ପରେ ମହିଳା ବିରୋଧୀ ଅପରାଧକୁ ନେଇ ମୋଦି କହିଛନ୍ତି, ଗୋଟେ ପଟେ ସବୁ କ୍ଷେତ୍ରରେ ମହିଳା ଅଗ୍ରଣୀ ହେଉଥିବା ବେଳେ ଅନ୍ୟପକ୍ଷରେ ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାର ବିଷୟ। ଏଥିପାଇଁ ଦେଶ, ସମାଜ,ଏବଂ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ଉଚିତ । ଦଣ୍ଡ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ ।  ଦୁଷ୍କର୍ମକାରୀଙ୍କୁ ଫାଶିରେ ଝୁଲାଇବା ଉଚିତ୍ ।

ଏହା ସହିତ ମୋଦି ଏହା ବି କହିଛନ୍ତି ଯେ, ଏହି ଆର୍ଥିକ କ୍ଷେତ୍ରରେ ମହିଳାମାନେ ସ୍ବାବଲମ୍ବୀ ହେଉଛନ୍ତି । ଏସଏଚଜିରେ ୧୦ କୋଟି ମହିଳା ଯୋଡ଼ି ହୋଇଛନ୍ତି । ମହିଳା ଆତ୍ମନିର୍ଭରଶୀଳ ହେବା ଏକ ନୂଆ ଆର୍ଥିକ କ୍ରାନ୍ତି । ଏହା ଦ୍ବାରେ ଦେଶର ଅର୍ଥନୀତି ସୁଦୃଢ ହେଉଛି । ମହାକାଶ କ୍ଷେତ୍ରରେ  ବି ଷ୍ଟାର୍ଟଅପ୍‌ ଆରମ୍ଭ ହୋଇଛି । ଇଜ୍‌ ଅଫ ଲିଭିଂ ସରକାରଙ୍କ ପ୍ରାଥମିକତା । ସମସ୍ତଙ୍କ ବିକାଶ ଆମର କାର୍ଯ୍ୟଶୈଳୀ । ଅନାବଶ୍ୟକ ଆଇନକୁ ଆମେ ସମାପ୍ତ କରିଛୁ । ଆଇନର ଜଞ୍ଜାଳରୁ ନାଗରିକଙ୍କୁ ମୁକ୍ତି ଦେଇଛୁ । ଯେପରି ନାଗରିକଙ୍କ ପ୍ରଗତିରେ ସରକାରଙ୍କ ହସ୍ତକ୍ଷେପ କମିବ । ପଞ୍ଚାୟତ ସ୍ତରରେ ପ୍ରତିବର୍ଷ ଅତିକମରେ ୨ଟି ସଂସ୍କାର ହେବ । ପଞ୍ଚାୟତ ସ୍ତରରେ ୨ଟି ସଂସ୍କାର ହେଲେ ଜୀବନଶୈଳୀରେ ପରିବର୍ତ୍ତନ ହେବ ।

Comments are closed.