Latest Odisha News

BREAKING NEWS

ସୂର୍ଯ୍ୟ ନମସ୍କାର କରି ପିଠି ଟାଣ କରିଦେବି: ମୋଦୀ

ନୂଆଦିଲ୍ଲୀ: ବହୁ ଦିନର ନିରବତା ପରେ ପୁଣି ମୁହାଁମୁହିଁ ହୋଇଛନ୍ତି ମୋଦୀ-ରାହୁଲ । ଆଜି ବଜଟେ ଅଧିବେଶନ ଚାଲିଥିବା ବେଳେ ସଂସଦରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଚାଲିଥିଲା । ଏହି ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ନରେନ୍ଦ୍ର ମୋଦୀଙ୍କୁ ନେଇ ରାହୁଲ ଗାନ୍ଧୀ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଆଜି ଲୋକସଭାରେ ମୋଦୀ ଏହାର ଜବାବ ଦେଇଛନ୍ତି ।


ସଂସଦରେ ରାହୁଲ ଗାନ୍ଧୀଙ୍କ କଟାକ୍ଷର ଜବାବ ଦେଇ ମୋଦୀ କହିଛନ୍ତି, ଏବେ ମୁଁ ସୂର୍ଯ୍ୟ ନମସ୍କାର ସଂଖ୍ୟା ବଢ଼ାଇ ଦେବି । ଆଉ ସୂର୍ଯ୍ୟ ନମସ୍କାର କରି ପିଠିକୁ ମଜଭୁତ କରିଦେବି । ଫଳରେ ପିଠି ଉପରେ ମାଡ ଖାଇବା ପାଇଁ ସହନଶକ୍ତି ବଢ଼ିବ । ସେ ଆହୁରି କହିଛନ୍ତି ଯେ, ୨୦ ବର୍ଷ ହେଲା ସମାଲୋଚନା ଶୁଣିବା ତାଙ୍କର ଅଭ୍ୟାସ ହୋଇଗଲାଣି ।
ସୂଚନାଯୋଗ୍ୟ ଯେ, ବୁଧବାର ଦିଲ୍ଲୀ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧୀ କହିଥିଲେ ମୋଦି ୬ ମାସ ପରେ ଆଉ ଘରୁ ବାହାରିପାରିବେ ନାହିଁ । ଭାରତର ଯୁବପିଢ଼ୀ ତାଙ୍କୁ ଠେଙ୍ଗାରେ ପିଟିବେ । ଏହାର ଜବାବରେ ଅଧିକ ସୂର୍ଯ୍ୟ ନମସ୍କାର କରି ମଜଭୁତ ହୋଇଯିବି ବୋଲି ମୋଦୀ କହିଛନ୍ତି ।

Leave A Reply

Your email address will not be published.