Latest Odisha News

BREAKING NEWS

ଶସ୍ତା ହେଲା ସୁନା: ୩ ଦିନରେ କମିଲା ୭୦୦ ଟଙ୍କା !

ନୂଆଦିଲ୍ଲୀ: ଚାହିଦା କମିବା ଯୋଗୁଁ ଲଗାଦାର ଭାବରେ ସୁନାଦର ମଧ୍ୟ ହ୍ରାସ ହେବାରେ ଲାଗିଛି । ଦିଲ୍ଲୀ ବଜାରରେ ସୁନା ୩୯୬ ଟଙ୍କା ଶସ୍ତା ହୋଇଛି । ସେହିପରି ରୁପା ଦର କିଲୋ ପିଛା ୧୭୯ ଟଙ୍କା ହ୍ରାସ ଘଟିଛି।

ବିଶେଷଜ୍ଞଙ୍କ କହିବା ମୁତାବକ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଖସିବା ଯୋଗୁଁ ଘରୋଇ ମାର୍କେଟରେ ମଧ୍ୟ ଦାମ୍ ହ୍ରାସ ପାଇଛି ।

ଦିଲ୍ଲୀ ବଜାରରେ ବୁଧବାର ସୁନା ଦାମ୍ ୪୧,୨୬୭ ଟଙ୍କା ପ୍ରତି ୧୦ ଗ୍ରାମରୁ ହ୍ରାସ ପାଇ ୪୦, ୮୭୧ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଅର୍ଥାତ୍ ଦାମ୍ ୩୯୬ ଟଙ୍କା ହ୍ରାସ ପାଇଛି । ଏହା ପୂର୍ବରୁ ମଙ୍ଗଳବାର ସୁନା ୩୮୮ ଟଙ୍କା ଶସ୍ତା ହୋଇଥିଲା । ଦାମ ୪୧,୬୫୮ ଟଙ୍କାରୁ ହ୍ରାସ ପାଇ ୪୧,୨୭୦ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସିଆସିଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ହ୍ରାସ ପାଇ ୧୫୫୪ ଡଲାର୍ ପ୍ରତି ଆଉନ୍ସକୁ ଆସିଯାଇଛି ।

୩ ଦିନରେ ସୁନା ୭୮୪ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି ।

Leave A Reply

Your email address will not be published.