Latest Odisha News

BREAKING NEWS

ସାଉଦି କ୍ରାଉନ ପ୍ରିନ୍ସଙ୍କୁ ଆମେରିକୀୟ ସୁରକ୍ଷା, ୨୦୧୪ରେ ମୋଦୀଙ୍କୁ ମିଳିଥିଲା ସମାନ ସୁବିଧା

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଏବେ ଆମେରିକାର ସୁରକ୍ଷା ଚକ୍ଷୁରେ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ । ଆମେରିକୀୟ ପ୍ରବକ୍ତା ବେଦାନ୍ତ ପଟେଲଙ୍କ କହିବାନୁସାରେ, ସାମ୍ୱାଦିକ ଜମାଲ ଖାସୋଗିଙ୍କ ହତ୍ୟା ଅଭିଯୁକ୍ତ କ୍ରାଉନ ପ୍ରିନ୍ସ ସଲମାନଙ୍କୁ  ନିଷିଦ୍ଧାଦେଶ ମୁକ୍ତ କରାଯାଇଛି, ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରୁ ଠିକ୍ ଏମିତି ବ୍ୟାନ ଉଠାଯାଇଥିଲା । ଅନେକ ବର୍ଷ ପରେ ଆମେରିକା ବୈଦେଶିକ ବିଭାଗ ମୋଦୀଙ୍କ ବ୍ୟାନ ହଟାଇବା ନେଇ ଟିପ୍ପଣୀ ଦେଇଛି । ତେବେ ଏସମ୍ପର୍କରେ ଭାରତୀୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି ।

ଆହୁରି ଆମେରିକା ପ୍ରବକ୍ତା କହିଛନ୍ତିଯେ  ଅନେକ ରାଷ୍ଟ୍ରମୁଖ୍ୟଙ୍କୁ କୌଣସି କାରଣ ନେଇ ବିଭିନ୍ନ ଦେଶରେ ପ୍ରବେଶ ବାରଣ କରାଯାଇଥାଏ । ପୂର୍ବରୁ ଆମେରିକା ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ସୁରକ୍ଷା ଦେଇଆସିଛି । ୧୯୯୩ରେ ହାଇତିରେ ରାଷ୍ଟ୍ରପତି ଏରିଷ୍ଟାଇଡ୍, ୨୦୦୧ରେ ଜିମ୍ୱାଓ୍ୱେ ରାଷ୍ଟ୍ରପତି ମୁଗାବେ, ୨୦୧୪ରେ ମୋଦୀ ଓ ୨୦୧୮ରେ ଡିଆରସି ରାଷ୍ଟ୍ରପତି କବିଲାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇଥିଲା ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦୀ ସରକାର ୨୦୦୨ଗୁଜରାଟ ଦଙ୍ଗା ପ୍ରଶମନ ପାଇଁ କିଛି କରିନଥିବା ଅଭିଯୋଗ ହୋଇଥିଲା । ଏହି କାରଣରୁ ୨୦୦୫ରେ ଆମେରିକା ସମେତ କେତେକ ଦେଶର ତାଙ୍କ ଭିସା ବ୍ୟାନ କରାଯାଇଥିଲା । ହେଲେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସେହି ନିଷିଦ୍ଧାଦେଶ ହଟିଥିଲା । ଠିକ୍ ସେହିପରି ୨୦୧୮ରେ ଇସ୍ତାନବୁଲଠାରେ ଓ୍ୱାଶିଂଟନ ପୋଷ୍ଟ ସାମ୍ୱାଦିକ ଜମାଲ ଖାସୋଗିଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ବି ଆମେରିକାର ଜୋ ବାଇଡେନ ସରକାର ସମାନ ସୁରକ୍ଷା ଦେଇଛି । ଖୋସୋଗୀଙ୍କ ପ୍ରେମିକା ହାଟିସ୍ ସେନଗିଜ୍ ଏନେଇ ଓ୍ୱାଶିଂଟନର ଏକ କୋର୍ଟରେ ପିଟିସନ ଦାୟର କରିଥିଲେ । ତେଣୁ ଜମାଲଙ୍କୁ ଆମେରିକା ସରକାରଙ୍କ ପକ୍ଷରୁ ସୁରକ୍ଷା ଦିଆଯାଇଛି ।

 

Leave A Reply

Your email address will not be published.