Latest Odisha News

BREAKING NEWS

ଉଇଗର ମୁସଲିମ ମହିଳାଙ୍କୁ ଚୀନ ଯୁବକଙ୍କ ସହ ଜୋର ଜବରଦସ୍ତ କରାଯାଉଛି ବିବାହ

ବେଜିଂ: ଚୀନ ଉଇଗରରେ ମୁସଲମାନ ଦମନ ନୀତି ବଜାୟ ରଖିଛି । ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟରେ ଏ ନେଇ ଖୁଲାସା ହେବା ପରେ ଚୀନ ତାର ରଣନୀତିରେ ପରିବର୍ତନ କରିଛି । ୱାଶିଂଟନରେ ଥିବା ଉଇଗର ହ୍ୟୁମାନ ରାଇଟ ପ୍ରୋଜେକ୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ ଚୀନ ଯୁବକଙ୍କ ସହ ଜୋର ଜବରଦସ୍ତ ଉଇଗର ମୁସଲିମ ମହିଳାଙ୍କ ବିବାହ କରାଯାଉଛି । ଏଥିପାଇଁ ପ୍ରଥମେ ଅର୍ଥ ଲୋଭ ନ ହେଲେ ଧମକ ଦେଇ ବିବାହ କରାଯାଉଛି । ଏହା ଦ୍ୱାରା ଧିରେ ଧିରେ ଉଇଗର ମୁସଲିମଙ୍କ ସତା ଏଠାରେ ହଜିଯିବ ବୋଲି ଆଶଙ୍କା କରାଯାଉଛି । ନିକଟରେ ୧୦୦ ହାନ ଯୁବକଙ୍କ ବିବାହ ଅବସରରେ ଏହା ସମ୍ମୁଖକୁ ଆସିଥିଲା । ବିବାହ ପାଇଁ ମୁସଲିମ ମହିଳାଙ୍କୁ ସାଢ଼େ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ଏହା ବ୍ୟତୀତ ମାଗଣ ବାସଭବନ, ଡାକ୍ତରୀ ସୁବିଧା ଓ ଭତା ପ୍ରଦାନ କରାଯାଉଛି ।

ରାଷ୍ଟ୍ରପତି ସି ଜିନପିଙ୍ଗ ୱାନ ନେଶନ ୱାନ ଫ୍ୟାମିଲି ପ୍ରୋଜେକ୍ଟ ଅନୁସାରେ ଏହି କାର୍ଯ୍ୟ କରାଯାଉଛି । ଶିନଜିୟାଙ୍ଗରେ ଦୀର୍ଘ ଦିନ ଧରି ଉଇଗର ମୁସଲମାନଙ୍କୁ ବିଭିନ୍ନ ପ୍ରକାରର ଯନ୍ତ୍ରଣା ଦିଆଯାଉଛି । ଏହା ବ୍ୟତୀତ ଏମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଅବୈଧ ଭାବେ ପୋଲିସ ଥାନା ଖୋଲାଯାଇଛି । ଯାହାକି ଏକ ବଡ ଚିନ୍ତାର ବିଷୟ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Leave A Reply

Your email address will not be published.