Latest Odisha News

BREAKING NEWS

ଦିନିକିଆ ଗ୍ରୀସ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ; ବିଭିନ୍ନ ଦିଗକୁ ନେଇ ହେବ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀସ୍ ଗସ୍ତରେ ଯାଇଛନ୍ତି। ଗ୍ରୀସର ରାଜଧାନୀ ଏଥନସରେ ମୋଦୀ ଦିନିକିଆ ଗସ୍ତରେ ପହଞ୍ଚିଛନ୍ତି। ଗ୍ରୀସର ବୈଦେଶିକ ମନ୍ତ୍ରୀ ଜର୍ଜ ଗେରାପୋତ୍ରୋଟିସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥନସ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରିଛନ୍ତି। ଗ୍ରୀସ୍ ପ୍ରଧାନମନ୍ତ୍ରୀ କିରିୟାକୋସ୍ ମିସ୍ତୋଟାକିସଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ସରକାରୀ ଗସ୍ତରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ମୋଦୀଙ୍କୁ ସୁନ୍ଦର ଭାବେ ସ୍ୱାଗତ କରାଯାଇଛି। ୪୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରୀସ୍ ଯାତ୍ରା କରିଛନ୍ତି।

BjdElectrycity

୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଗ୍ରୀସ୍ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୀସର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଉଭୟ ଦେଶର ବ୍ୟବସାୟିକ ନେତାଙ୍କୁ ଭେଟିଛନ୍ତି। ମୋଦୀ ଗ୍ରୀସରେ ପହଞ୍ଚିବା ପରେ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି।

ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପରେ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟ ବହୁତ ଉତ୍ସାହିତ ଅଛନ୍ତି। ମୋଦୀ ଏଥନସ ପହଞ୍ଚିବା ପରେ ଗ୍ରୀସର ପାରମ୍ପରିକ ନୃତ୍ୟ ଗୀତ ଜାରି ରହିଥିଲା। ଏଠାରେ ଥିବା ଭାରତୀୟଙ୍କ ସହ ମୋଦୀ ସାକ୍ଷାତ କରିଥିଲେ। ପ୍ରଭାସୀ ଭାରତୀୟ ମୋଦୀଙ୍କୁ ଦେଖିବା ପାଇଁ ଭିଡ଼ ଲଗାଇଥିଲେ।

ନିକଟ ଅତୀତରେ ସାମୁଦ୍ରିକ ପରିବହନ, ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭଳି କ୍ଷେତ୍ରରେ ସହଯୋଗ ମାଧ୍ୟମରେ ଭାରତ ଏବଂ ଗ୍ରୀସ୍ ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି। ମୋଦୀଙ୍କ ଦିନିକିଆ ଗସ୍ତରେ ଦୁଇ ଦେଶର ସମ୍ପର୍କ ଆଗକୁ ଆହୁରୀ ଆଗେଇ ନେବ। ଗ୍ରୀସ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିବେ। ଏହି ଗସ୍ତରେ ବ୍ୟବସାୟ, ନିବେଶ, ପ୍ରତିରକ୍ଷା ଏବଂ ଜାହାଜ ନିର୍ମାଣ ଉପରେ ଆଲୋଚନା ହେବ।

Leave A Reply

Your email address will not be published.