ଭୁବନେଶ୍ଵର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଋଣନୀତି ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଜେପି କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର । ଏହାପରେ ରାଜଭବନ ଅଭିମୁଖେ ବାହାରିଛନ୍ତି ମୋଦୀ । ପ୍ରାୟ ୩୦ ମିନିଟ ଧରି ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ନିର୍ବାଚନ ପରିଚାଳନାର ସମୀକ୍ଷା କରିଛନ୍ତି ମୋଦୀ । କିଏ କେଉଁ ଦାୟିତ୍ୱରେ ଅଛି, କାର୍ଯ୍ୟକ୍ରମ କେମିତି ଚାଲିଛି ଏନେଇ ପ୍ରତିଟି ନେତାଙ୍କ ସହ କଥା ହୋଇଛନ୍ତି । ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ସବୁର ସମୀକ୍ଷା କରିବା ସହ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦୀ । ଏଥିସହ ସଂଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରିଛନ୍ତି ମୋଦୀ ।
ଆସନ୍ତାକାଲି ସକାଳେ ମୋଦି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସକାଳ ୮ଟାରେ ରୋଡ ସୋ’ କରିବେ। ପୁରୀ ବଡ଼ଦାଣ୍ଡର ମରିଚିକୋଟ ଛକ ଠାରୁ ମେଡିକାଲ୍ ଛକ ଯାଏଁ ହେବ ଏହି ବିଶାଳ ଭବ୍ୟ ରୋଡ଼ ସୋ । ଏହାପରେ ଅନୁଗୁଳ ଅଭିମୁଖେ ଯାଇ ସେଠାରେ ଜନସଭା କରିବା ପରେ କଟକରେ ଆସି ଜନ ସମାବେଶରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ କଟକରେ ମକଡ୍ରିଲ କରିଛି ଭାରତୀୟ ବାୟୁସେନା । ଯେହେତୁ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟର ଦ୍ୱାରା କଟକ ଆସିବେ, ତେଣୁ ବାଲିଯାତ୍ରା ପଡିଆରେ ବ୍ୟାପକ ପ୍ରସ୍ତୁତି ହୋଇଛି ।
Comments are closed.