Latest Odisha News

ସର୍ଜିକାଲ ଷ୍ଟ୍ରାଇକକୁ ୨ବର୍ଷ ପୂର୍ତ୍ତି: ‘ପରାକ୍ରମ ପର୍ବ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକ ୨୦୧୬ ମସିହା ସେପ୍ଟେମ୍ବର ୨୮ ତାରିଖରେ ହୋଇଥିବାବେଳେ ଆଜି ଏହି ଘଟଣାକୁ ଦୁଇବର୍ଷ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଧପୁରର ମିଲିଟାରୀ ଷ୍ଟେସନରେ ‘ପରାକ୍ରମ ପର୍ବ’ ପ୍ରଦର୍ଶନର ଉଦଘାଟନ କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଯୋଧପୁରର କୋଣାର୍କ ଯୁଦ୍ଧ ସ୍ମାରକରେ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିôବାବେଳେ ଆଜି ସାରା ଦେଶ ସେହି ଯବାନ ମାନଙ୍କ ପରାକ୍ରମକୁ ମନେ ପକାଇ ଗର୍ବ ଅନୁଭବ କରୁଛି । ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ଯାଏଁ ଦେଶର ୫୧ଟି ସହରରେ ‘ପରାକ୍ରମ ପର୍ବ’ର ଆୟୋଜନ କରାଯିବା ନେଇ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ଭାରତ-ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧିକୁ ରୋକିବା ପାଇଁ ଭାରତୀୟ ସେନା ପକ୍ଷରୁ ୨୦୧୬ ମସିହାରେ ପାକିସ୍ତାନ ମାଟି ଉପରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା । ଏଥିସହିତ ଏହି ସର୍ଜିକାଲ ଷ୍ଟ୍ରାଇକରେ ଭାରତୀୟ ସେନା କିପରି ନିୟନ୍ତ୍ରଣ ରେଖା ପାର କରି ଆତଙ୍କବାଦୀଙ୍କ ଶିବିରକୁ ଧ୍ୱଂସ କରୁଛନ୍ତି, ସେନେଇ ଏକ ଭିଡିଓ ଗୁରୁବାର ଦିନ ସେନା ପକ୍ଷରୁ ଜାରି କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ବାୟୁ ସେନା ମୁଖ୍ୟ ମାର୍ସାଲ ବିଏସ ଧାନୱା ଏବଂ ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.