Latest Odisha News

BREAKING NEWS

ୟୁପିରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଉଦଘାଟନ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସୱେ । ଉତ୍ତରପ୍ରଦେଶରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦଘାଟନ କରିଛନ୍ତି । ୩୪୦ କିଲୋମିଟର ଲମ୍ବାର ଏକ୍ସପ୍ରେୱେର ବିଶେଷତ୍ୱ କେବଳ ଏହା ନୁହେଁ ଯେ ଏହା ବାରବାଙ୍କୀ,ଅମେଠି ସୁଲତାନପୁର,ଅଯୋଧ୍ୟା,ଆମ୍ବେଦକରନଗର,ମଉ,ଆଜମଗଡ ଏବଂ ଗାଜିପୁରକୁ ସଂଯୋଗ କରିବ ।

ସାଧାରଣତଃ ଅନ୍ୟ ସହର ଗୁଡିକୁ ୟୁପି ସହ ସଂଯୋଗ କରିବ ।ଯୋଗୀଙ୍କ ନେତ୍ୱତ୍ୱରେ ଆଜି ୟୁପି ସରକାର ୨୨,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥାଇ ପାରନ୍ତି । କିନ୍ତୁ ଭବିଷ୍ୟତରେ ଏହା ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ଆଣିବା ପାଇଁ ଏକ ମାଧ୍ୟମ ହେବ ମୋଦି କହିଥିଲେ । ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି କି ୟୁପିରେ ପୂର୍ବରୁ ପ୍ରବଳ ଲାଇନ କଟୁଥିଲା ,ୟୁପିରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ଥିଲା , ଚିକିତ୍ସା ସୁବିଧା ମଧ୍ୟ ନଥିଲା ।

ହେଲେ ବର୍ତ୍ତମାନ ୟୁପିର ଚିତ୍ର ସମ୍ପୁର୍ଣ୍ଣ ବଦଳିଛି । ବିକାଶ ପଥରେ ୟୁପି ଚାଲିଛି ବୋଲି ମୋଦି କହିଛନ୍ତି । ହେଲେ ୟୁପିରେ ବର୍ତ୍ତମାନ ଅତ୍ୟାଧୁନିକ ଏକ୍ସପ୍ରେସୱେ ତିଆରି ହୋଇଛି ।୩ ବର୍ଷ ପୂର୍ବରୁ ମୋଦି ଏକ୍ସପ୍ରେସୱେ ପାଇଁ ମୂଳଦୁଆ ପକାଇଥିଲେ । ଏହି ଅତ୍ୟାଧୁନିକ ଏକ୍ସପ୍ରେସୱେ ୟୁପିର ବିକାଶର ଏକ ପଥ ହେବ ବୋଲି ମୋଦି ଅଭିଭାଷଣରେ କହିଥିଲେ ।

Leave A Reply

Your email address will not be published.