Latest Odisha News

BREAKING NEWS

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ପୋଲିସର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ସଦର ପୋଲିସ ଚଢ଼ାଉ କରି ପଣ୍ଡ କରିଛି । ଜାତୀୟ ରାଜପଥ ୨୬ର ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଛି । ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ପରଭେଜ ଓ ବିରେନ୍ଦ୍ର ସିଂ ।

ପୋଲିସ ସୂଚନା ଅନୁସାରେ, କୋରାପୁଟ ସୀମାନ୍ତ ଅଞ୍ଚଳରୁ ଏକ କଣ୍ଟେନରରେ ଗଞ୍ଜେଇ ଧରି ଜୟପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ସୂଚନା ପାଇଥିଲେ । ଏନେଇ ସଦର ପୋଲିସ ଟିମ୍ ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଥିଲା । ଚଢ଼ାଉ କରି ୧ହଜାର ୨୧କେଜି ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧କୋଟି ୨ହଜାର ଟଙ୍କା ହେବ ।

ସଦର ପୋଲିସ ଦୁଇ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ଗଞ୍ଜେଇ କଣ୍ଟେନରକୁ ଜବତ କରିଛି । ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.