Latest Odisha News

BREAKING NEWS

ନୂଆ ସଂସଦ ଭବନ ଲୋକାର୍ପିତ; ଐତିହାସିକ ‘ସେଙ୍ଗୋଲ୍’ ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଝଲୁସୁଛି ନୂଆ ସଂସଦ ଭବନ । ଆଜି ବହୁ ପ୍ରତୀକ୍ଷିତ ନୂଆ ପାର୍ଲାମେଣ୍ଟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋମପୂଜା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନରେ ଐତିହାସିକ ‘ସେଙ୍ଗୋଲ୍‌’ ସ୍ଥାପନ କରିଛନ୍ତି।

ଆଜି ସକାଳେ ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍‌’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିଛନ୍ତି । ତାମିଲନାଡୁ ଧର୍ମପୁରମ ଅଧିନମ୍ ମଠ ମହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେଙ୍ଗୋଲ ବା ରାଜଦଣ୍ଡ ପ୍ରଦାନ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପବିତ୍ର ‘ସେଙ୍ଗୋଲ୍‌’କୁ ଲୋକସଭା କକ୍ଷରେ ଥିବା ବାଚସ୍ପତିଙ୍କ ଆସନର ଦକ୍ଷିଣ ପାର୍ଶ୍ବରେ ସ୍ଥାପନା କରିଛନ୍ତି।

ନୂଆ ସଂସଦ ଭବନ ଲୋକାର୍ପଣ ନିମନ୍ତେ ଆୟୋଜିତ ହୋମ ସମ୍ପନ୍ନ ହେବା ପରେ, ‘ସେଙ୍ଗୋଲ୍‌’ ଧରି ପ୍ରଧାନମନ୍ତ୍ରୀ ଅଧୀନମ୍‌ମାନଙ୍କ ଗହଣରେ ନୂଆ ସଂସଦ ଭବନରେ ଥିବା ଲୋକସଭା ପ୍ରକୋଷ୍ଠରେ ପ୍ରବେଶ କରିଥିଲେ। ସାଧୁସନ୍ଥଙ୍କ ଗହଣରେ ପ୍ରଧାନମନ୍ତ୍ରୀ ‘ସେଙ୍ଗୋଲ୍‌’ ଧରି ଯାଉଥିବା ବ‌େଳେ ‘ନାଦସ୍ବରମ୍’ ବାଦ୍ୟ ବଜା ଯାଇଥିଲା।

ଆହ୍ଲାବାଦ ସଂଗ୍ରହାଳୟର ଅଧିକାରୀମାନେ କହିଛନ୍ତି, ଦୀର୍ଘ ୭ ଦଶନ୍ଧି ଧରି ଏହି ଐତିହାସିକ ‘ସେଙ୍ଗୋଲ୍‌’ ସାଇତି ରଖିଥିବା ଏହି ଅମୂଲ୍ୟ ସମ୍ପଦ ଜାତୀୟ ରାଜଧାନୀସ୍ଥିତ ନୂଆ ସଂସଦ ଭବନକୁ ଯାଉଥିବାରୁ ସେମାନେ ଓ ପ୍ରୟାଗରାଜବାସୀ ଗୌରବାନ୍ବିତ ହୋଇଛନ୍ତି।

ସୂଚନାଯୋଗ୍ୟ, ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ର ଏହି ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ।

 

Leave A Reply

Your email address will not be published.