Latest Odisha News

BREAKING NEWS

ଭାରତକୁ ବିଦ୍ୟୁତ୍ ବିକ୍ରି କରିବା ଆରମ୍ଭ କଲା ନେପାଳ

କାଠମାଣ୍ଡୁ: ଗତାକାଲି ଠାରୁ(ମେ ୨୭) ଭାରତକୁ ବିଦ୍ୟୁତ ବିକ୍ରି କରିବା ଆମ୍ଭ କଲା ନେପାଳ। ଶନିବାର ଠାରୁ ୬୦୦ ମେଗାୱାଟ୍ ଆୱର ଇଲେକ୍ଟ୍ରିସିଟି ବିକ୍ରି କରିବା ଆରମ୍ଭ କରିଛି ପଡ଼ୋଶୀ ଦେଶ।

ମୌସୁମୀ ଆସିବା ପୂର୍ବରୁ ନେପାଳରେ ଅଧିକ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଗଲାଣି। ‘ରନ୍‌ ଅପ୍‌ ଦ ରିଭର’ ପ୍ରକଳ୍ପରୁ ହାଇଡ୍ରୋଇଲେକ୍ଟ୍ରିସିଟି ଉତ୍ପାଦନ ବଢ଼ୁଛି। ଫଳରେ ନେପାଳ ଭାରତକୁ ବଳକା ବିଜୁଳି ବିକି ଟଙ୍କା ଆୟ କରୁଛି। ଗତ ବର୍ଷ ବି ନେପାଳ ଭାରତକୁ ବିଜୁଳି ବିକ୍ରି କରିଥିଲା।

ଭାରତକୁ ବିଜୁଳି ରପ୍ତାନୀ ନେଇ ନେପାଳ ବିଦ୍ୟୁତ ପ୍ରାଧିକରଣ ପ୍ରବକ୍ତା ସୁରେଶ ଭଟ୍ଟରାୟ କହିଛନ୍ତି “ ଦେଶରେ ବିଦ୍ୟୁତ ଉତ୍ପାଦନ ବଳକା ହେବାରୁ ଶନିବାର ଠାରୁ ଆମେ ଭାରତକୁ ୬୦୦ ମେଗାୱାଟ୍ ଆୱର ଇଲେକ୍ଟ୍ରିସିଟି ବିକ୍ରି କରିବା ଆରମ୍ଭ କରିଛୁ।” ଗତବର୍ଷ ଜୁନ ମାସରୁ ନଭେମ୍ବର ପର୍ଯ୍ୟନ୍ତ ଭାରତକୁ ବିଦ୍ୟୁତ ବିକ୍ରି କରିଥିଲା ନେପାଳ ଏଥିରେ ସେ ୧୨ ବିଲିୟନ ଭାରତୀୟ ମୁଦ୍ରା ଆୟ କରିଥିଲା।

ଏପଟେ ମିଳିଥିବା ସୂଚନା ଅନୁସାରେ, ମେ ୩୧ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ  ପୁଷ୍ପା କମଳ ଦହଲ ପ୍ରଚଣ୍ଡ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଅନେକ ସମସ୍ୟା ବିଷୟରେ ଦ୍ୱିପାଖିକ ଆଲୋଚନା ହେବା ସହ ନେପାଳ ଭାରତ ମଧ୍ୟରେ ଶକ୍ତି, ଜଳ ଓ କୃଷି ସମର୍କୀୟ ନୂଆ ଚୁକ୍ତି ହୋଇପାରେ। ଭାରତ ଓ ନେପାଳ ମଧ୍ୟରେ ୬ଟି ନୂଆ ଚୁକ୍ତି ହୋଇପାରେ ବୋଲି ସୂଚନା ନେପାଳୀ ଖବର କାଗଜ କାଠମାଣ୍ଡୁ ପୋଷ୍ଟ ଉଲ୍ଲେଖ କରିଛି।

ସୂଚନା ଥାଉକି କିଛି ବର୍ଷ ପୂର୍ବେ ନେପାଳ ଭାରତ ଠାରୁ ୪୦୦ ମେଗାୱାଟ ବିଦ୍ୟୁତ କିଣୁଥିଲା। ହେଲେ ଆଜି ସ୍ଥିତି ଓଲଟା ହୋଇଯାଇଛି। ଭାରତ ନେପାଳ ଠାରୁ ବିଦ୍ୟୁତ କିଣୁଛି। ନେପାଳରେ ଶୀତ ଦିନରେ ଅଧିକ ବିଜୁଳିର ଆବଶ୍ୟକ ପଡ଼ୁଥିବା ବେଳେ ଗରମ ଦିନରେ କମ ଆବଶ୍ୟକତା ପଡ଼ିଥାଏ। ଏଥିପାଇଁ ନେପାଳ ବଳକା ବିଦ୍ୟୁତ ଭାରତକୁ ବିକ୍ରି କରି ଟଙ୍କା କମାଇଥାଏ।

Leave A Reply

Your email address will not be published.