Latest Odisha News

BREAKING NEWS

ଆପଣ ପ୍ରଧାନମନ୍ତ୍ରୀଙ୍କୁ ମନ୍-କି-ବାତ୍ କହିବାକୁ ଚାହୁଁଛନ୍ତି କି? ମୋଦୀ ଦେଲେ ସୁଯୋଗ

ନୂଆଦିଲ୍ଲୀ : ଆପଣଙ୍କ କିଛି ସମସ୍ୟା ଅଛି କି? ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବାକୁ ଚାହୁଁଛନ୍ତି କି ? ଆପଣ ଦେଶର ବିକାଶ ପାଇଁ କିଛି ଉପାୟ ଭାବିଛନ୍ତି କି? ଏପରିକି କେନ୍ଦ୍ର ସରକାରଙ୍କୁ କେଉଁ ଦିଗଦର୍ଶନ ଦେବା ପାଇଁ ଚାହୁଛନ୍ତି, ତାହା ମଧ୍ୟ କହିପାରିବେ । ଆପଣଙ୍କୁ ଏହି ସୁଯୋଗ ମିଳିବ ‘ନମୋ ଆପ୍’ ଓ ‘ମାଇଁଗଭ୍ ଡଟ୍ ଇନ୍’ ରେ । ଏହା ସହିତ ନିଜେ ମେସେଜ୍ ଦେଇପାରିବେ । ୧୮୦୦-୧୧-୭୮୦୦ ଟୋଲ ଫ୍ରି ନମ୍ୱରକୁ ମେସେଜ୍ କରି ଆପଣ ଯାହା କିଛି ମତାମତ ଦେଇପାରିବେ ।

ଏସବୁ କହିବାର କାରଣ ହେଉଛି, ୨୦୨୨ର ଶେଷ ମନ୍-କି-ବାତ୍ କାର୍ଯ୍ୟକ୍ରମ ଡିସେମ୍ୱର ୨୫ ତାରିଖରେ ଶେଷ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଏହି ରେଡିଓ, ଟିଭି ବାର୍ତ୍ତାରେ ଦେଶର ଅନେକ ସମସ୍ୟା, ସମାଧାନ, ଲୋକଙ୍କ କୃତିତ୍ୱ ଓ ବିଚାରକୁ ଉପସ୍ଥାପନ କରିଥାନ୍ତି । ଯାହା ତାଙ୍କର ମନର କଥା । ଚଳିତବର୍ଷର ଶେଷ ମନ୍-କି-ବାତ୍ ପୂର୍ବରୁ ସେ ଲୋକଙ୍କ ଠାରୁ ମତାମତ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି ।

ଦେଶବାସୀ ଆଉ କେଉଁ କେଉଁ ଦିଗ ପ୍ରତି ଚିନ୍ତାଧାରା ରଖିଛନ୍ତି, ତାହା ସେ ଜାଣିବାକୁ ଚାହୁଁଛନ୍ତି । ତେଣୁ ଲୋକଙ୍କ ମତାମତକୁ ସେ ସ୍ୱାଗତ କରିଛନ୍ତି । NaMo App, MyGov.in ରେ ଲଗ୍ ଇନ୍ କରି ଲୋକେ ସେମାନଙ୍କ ମତ ଦେଇପାରିବେ । ସେହିପରି ଦିଆଯାଇଥିବା ଟୋଲ୍ ଫ୍ରି ନମ୍ୱରକୁ ବି ମେସେଜ କରି ଲୋକେ ନିଜର ମନର କଥା ଲେଖିପାରିବେ ବୋଲି ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Leave A Reply

Your email address will not be published.