Latest Odisha News

ଡ୍ରାଗନ ସେନାର ଔଦ୍ଧତ୍ୟ, ଜରୁରୀ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଲୋକସଭା ଓ ରାଜ୍ୟସଭାରେ ବିବୃତ୍ତି ଦେବେ ରାଜନାଥ ସିଂ

ନୂଆଦିଲ୍ଲୀ: ପୁଣି ଡ୍ରାଗନ ସେନାର ଔଦ୍ଧତ୍ୟ । ଭାରତୀୟ ସେନା ପୋଷ୍ଟ ହଟାଇବାକୁ ଚୀନସେନା ପିଏଲଏର ଉଦ୍ୟମ । ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗ ଠାରେ ଭାରତୀୟ ସେନା ସହ ମୁହାଁମୁହିଁ । ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହୋଇଥିବା ଜଣାପଡିଛି । ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା ଘଟଣା । ଏହାକୁ ଗୁରୁତ୍ୱର ସହିତ ନେଇ ଜରୁରୀ ବୈଠକ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ବୈଠକରେ ସାମିଲ ହୋଇଛନ୍ତି ସିଡିଏସ୍ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ଓ ତିନି ସେନାମୁଖ୍ୟ ।

ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗସ୍ଥିତ ୟାଙ୍ଗତ୍ସେ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଭାରତୀୟ ସେନା ଆଗରେ ହାରି ମାନି ପୁଣି ପଛକୁ ଫେରିଥିଲେ ୩୦୦ ଚୀନ ସେନା । ହାତାହାତି ପରେ କେତେକ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଚିକିତ୍ସା ପାଇଁ ଗୌହ୍ୱାଟୀକୁ ଅଣାଯାଇଛି ।

ସାଟେଲାଇଟ୍ ଚିତ୍ରରୁ ଦେଖିବାକୁ ମିଳୁଛିଯେ ଚୀନ ସୈନ୍ୟଙ୍କ ହାତରେ କଣ୍ଟା ଲାଠି ଓ ବାଡ଼ି ରହିଛି । ଚୀନ ସେନା ପଥର ମାଡ଼ ବି କରିଛି । ଏହି ଚିତ୍ରରୁ ଚୀନ ସେହି ଅଞ୍ଚଳରେ ରାସ୍ତା ନିର୍ମାଣ କରୁଥିବା ସ୍ପଷ୍ଟ ଦେଖାଯାଉଛି । ୨୦୦୬ ଠାରୁ ଏହି ଅଞ୍ଚଳରେ ପାଟ୍ରୋଲିଂ ବଢାଯାଇଛି ।

ସେପଟେ ଏହି ଘଟଣାକୁ କେନ୍ଦ୍ର କରି ବିରୋଧୀ ଦଳ ନାନା ପ୍ରଶ୍ନ ଉଠାଇଛନ୍ତି । ୯ତାରିଖରୁ ଘଟଣା ହୋଇଥିଲେ ବି ଆଜି କାହିଁକି ସରକାର କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ମନିଷ ତିଓ୍ୱାରୀ ଓ ନାସିର ହୁସେନ । ଏଆଇଏମଆଇଏମ୍ ମୁଖ୍ୟ ଆସାଉଦ୍ଦିନ ଓଓ୍ୱେସୀ ମଧ୍ୟ ଲୋକସଭାରେ ଏନେଇ ମୁଲତବୀ ପ୍ରସ୍ତାବ ଆଗତ କରିଛନ୍ତି । ଯାହାକୁ ନେଇ ରାଜନାଥ ସିଂ ଲୋକସଭା ଓ ରାଜ୍ୟସଭାରେ ଆଜି ବିବୃତ୍ତି ଦେବେ ।

Leave A Reply

Your email address will not be published.