Latest Odisha News

BREAKING NEWS

ଫେସବୁକକୁ କ୍ରାଇମବ୍ରାଞ୍ଚର ଚିଠି: ଆଦିତ୍ୟଙ୍କ ଶେଷ ପୋଷ୍ଟ ଖୋଲିବ କି ମୃତ୍ୟୁ ରହସ୍ୟ !

ଭୁବନେଶ୍ୱର: ଦିନକୁ ଦିନ ଜଟିଳ ହୋଇ ହୋଇ ଚାଲିଛି ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଏହି ରହସ୍ୟମୟ ମୃତ୍ୟୁ ଘଟଣା ଏବେ କ୍ରାଇମବ୍ରାଞ୍ଚ ହାତରେ ।

ସୁଚାନୁଯାୟୀ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ଅଧିକ ତନାଘନା ପାଇଁ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଟିମ୍‌ ।

ଆଦିତ୍ୟଙ୍କ ଶେଷ ଫେସବୁକ ପୋଷ୍ଟକୁ ନେଇ ଆରମ୍ଭ ହୋଇଛି ଛାନ୍‌ଭିନ୍‌ । ଆଦିତ୍ୟଙ୍କ ଫେସ୍‌ବୁକ୍‌ରୁ ହୋଇଥିବା ତାଙ୍କର ଶେଷ ପୋଷ୍ଟକୁ କିଏ କରିଛି , ଏବଂ କାହା ମୋବାଇଲରୁ ହୋଇଛି ତାହା ଜାଣିବା ପାଇଁ ଫେସ୍‌ବୁକ୍‌କୁ ଚିଠି ଲେଖିଛି କ୍ରାଇମ୍‌ବ୍ରାଞ୍ଚ ।

ଅନ୍ୟପଟେ ମୃତ ଆଦିତ୍ୟଙ୍କ ପତ୍ନୀ  ବିଦ୍ୟାଶ୍ରୀ ତାଙ୍କ ମୃତ ସ୍ୱାମୀଙ୍କ ପାସୱାର୍ଡ ମଧ୍ୟ ଜାଣିଥିବା ପୂର୍ବରୁ କହିଥିଲେ। ଅନ୍ୟପଟେ ଆଦିତ୍ୟଙ୍କ ଫୋନର ଗତ ୧୦ ମାସର କଲ ଡିଟେଲ୍ସ ବାହାର କରିବାକୁ ଚେଷ୍ଟା ଚାଲିଥିବା ସୂଚନା ମିଳିଛି । ସାଇବର ଏକ୍ସପର୍ଟକୁ ନେଇ ମୃତ୍ୟୁ ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.