Latest Odisha News

BREAKING NEWS

ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ୨୦,୦୫୦ କୋଟି ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମତ୍ସ୍ୟ କ୍ଷେତ୍ରରେ ଉତ୍ପାଦନ, ରପ୍ତାନି ବୃଦ୍ଧି ନିମିତ୍ତ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା (PMMSY) ଆରମ୍ଭ କରିଛନ୍ତି । କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟର ଏକ ଅଂଶ ଭାବରେ ଏହି ଯୋଜନା ପାଇଁ ୨୦,୦୫୦ କୋଟି ଟଙ୍କା ଘୋଷଣା କରାଯାଇଅଛି ।

ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିହାରର ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ମଧ୍ୟ ଅନ୍ୟାନ୍ୟ ପଦକ୍ଷେପ ଆରମ୍ଭ କରିଛନ୍ତି । ମୋଦୀ ଏକ ମୋବାଇଲ୍ ଆପ୍ ଇ-ଗୋପାଳ ଉନ୍ମୋଚନ କରିଛନ୍ତି ଯାହା କୃଷକମାନଙ୍କୁ ପଶୁପାଳନ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବ ।

ବିହାରରେ ପୁର୍ଣ୍ଣିଆରେ ୭୫ ଏକର ଜମିରେ ୮୪.୨୭ କୋଟି ଟଙ୍କା ବିନିଯୋଗରେ  ଅତ୍ୟାଧୁନିକ ସୁବିଧା ସହ ସେମେନ ଷ୍ଟେସନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ ପଶୁପାଳନ ଏବଂ ମତ୍ସ୍ୟ କ୍ଷେତ୍ର ଉପରେ ଧ୍ୟାନ ଦେଇ କୃଷକମାନଙ୍କ ସହ ଯୋଗାଯୋଗ କରିଥିଲେ।

PMMSY ହେଉଛି ଦେଶର ମତ୍ସ୍ୟ କ୍ଷେତ୍ରର ଧ୍ୟାନ ଏବଂ ନିରନ୍ତର ବିକାଶ ପାଇଁ ଏକ ଫ୍ଲାଗସିପ୍ ସ୍କିମ୍ ଯାହା ମାଧ୍ୟମରେ ୨୦୨୦-୨୧ ରୁ ୨୦୧୪-୨୫ ମଧ୍ୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ର ଏକ ଅଂଶ ଭାବରେ ଏହାର କାର୍ଯ୍ୟକାରିତା ପାଇଁ ୨୦,୦୫୦ କୋଟି ଟଙ୍କା ବିନିଯୋଗ ହେବ । PMMSY ଅଧୀନରେ ୨୦,୦୫୦ କୋଟି ଟଙ୍କା ବିନିଯୋଗ ମତ୍ସ୍ୟ କ୍ଷେତ୍ରରେ ସର୍ବାଧିକ ବ୍ୟୟ ବୋଲି ବୁଧବାର ଦିନ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.