Latest Odisha News

BREAKING NEWS

NEET ପରୀକ୍ଷା ପାଇଁ ବିଏମ୍‌ସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବ ନିଟ୍ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବେ ଡାକ୍ତରୀ ଟିମ୍ । ପରୀକ୍ଷା କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ କରାଯିବ ବ୍ୟବସ୍ଥା । ସମସ୍ତ NEET ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ ସ୍କାନିଂ । ଭୁବନେଶ୍ବରର 31ଟି ପରୀକ୍ଷା କେନ୍ଦ୍ରରେ 15ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । 1300 ଜଣ ସରକାରୀ ସୁବିଧା ପାଇଁ ପଞ୍ଜୀକରଣ କରିଛନ୍ତି ।  ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବର ମହାନଗର ନିଗମ ଓ NEET ସଂଯୋଜକଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଭଲ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଂଯୋଜକ ପଲି ପଟ୍ଟନାୟକ କହିଛନ୍ତି। ପରୀକ୍ଷାର୍ଥୀଙ୍କ ଯାତାୟତଠାରୁ ରହିବ ବ୍ୟବସ୍ଥା ଭଲ ଭାବେ ହୋଇଥିବା ସେ ସୂଚନା ଦେଇଛନ୍ତି। ଶନିବାରରୁ ପରୀକ୍ଷା ଦେବା ପାଇଁ ବସରେ ପରୀକ୍ଷାର୍ଥୀ ଆସିବେ। ରବିବାର ଅପରାହ୍ନ 2ଟା ରୁ 5 ଟା ରେ ପରୀକ୍ଷା ଦେଇ ଫେରିଯିବେ। ପରୀକ୍ଷା କେନ୍ଦ୍ରକୁ 12.30ରୁ ପ୍ରବେଶ ଆରମ୍ଭ ହେବ। କେନ୍ଦ୍ର ଗୁଡ଼ିକୁ ଭଲ ଭାବେ ବିଶୋଧନ ମଧ୍ୟ କରାଯାଉଛି।

Leave A Reply

Your email address will not be published.