Latest Odisha News

BREAKING NEWS

୨୭ ତାରିଖରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ମୁକାବିଲା କ୍ଷେତ୍ରରେ ସେମାନଙ୍କର ମତାମତ ଲୋଡିବେ ପ୍ରଧାନମନ୍ତ୍ରୀ ।

ଆସନ୍ତା ୩୧ ତାରିଖରେ ସରୁଛି ଅନକଲ୍ ୨.୦ । ତାପୂର୍ବରୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକରେ କୋଭିଡ୍ ସ୍ଥିତି, ସ୍ୱାସ୍ଥ୍ୟସେବା ଓ ମୁକାବିଲା ରଣନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିବେ । ଏହାସହ ଅନଲକ୍ ୩.୦ ନେଇ ବି ମାଗିବେ ମତାମତ ।

ଦେଶରେ ଏବେ ଗୋଟିଏ ଦିନରେ ପାଖାପାଖି ୫୦ ହଜାର କରୋନା ପଜିଟିଭ କେସ୍ ଆସୁଛି । ୩୦ ହଜାର ଟପିଛି ମୃତ୍ୟୁସଂଖ୍ୟା । ଏଭଳି ସ୍ଥିତିରେ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କରୋନା ମୁକାବିଲା ନେଇ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ସ୍ଥିର କରିବେ କେନ୍ଦ୍ର ସରକାର ।

କରୋନା ମହାମାରି ଭିତରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଛଅଟି ବୈଠକ କରି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଜୁନ୍ ୧୬ ଓ ୧୭ ତାରିଖ ଦୁଇ ଦିନ ବିଭିନ୍ନ ପର‌୍ୟ୍ୟାୟରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.