Latest Odisha News

BREAKING NEWS

ନାଗ ପଞ୍ଚମୀ…

ଆଜି ହେଉଛି ନାଗ ପଞ୍ଚମୀ । ଶ୍ରାବଣ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନାଗପଞ୍ଚମୀ ପାଳନ କରାଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ସାପକୁ ପୌରାଣିକ ଯୁଗରୁ ଦେବତା ରୂପରେ ପୂଜା କରାଯାଇ ଆସୁଛି । ଏଥିଲାଗି ନାଗପଞ୍ଚମୀ ଦିନ ନାଗପୂଜାର ଅଧିକ ମହତ୍ଵ ରହିଥାଏ ।

ଯେଉଁମାନେ ନାଗ ପଞ୍ଚମୀ ରେ ନାଗ ଦେବତାଙ୍କୁ ପୂଜା କରନ୍ତି ସେମାନଙ୍କୁ ସାପ କାମୁଡ଼ିବାର ଭୟ ନ ଥାଏ । ଏଇ ଦିନରେ ସାପର ପ୍ରତିମାକୁ ଦୁଧରେ ସ୍ନାନ କରାଇବା ବା ପୂଜା କରିବା ଦ୍ୱାରା ଅଥବା ଯେଉଁମାନେ ସାପକୁ ଦୁଧ ପିଆଇଥାନ୍ତି ସେମାନଙ୍କୁ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

କିଛି ଲୋକ ମଧ୍ୟ ନିଜ ଘର ସମ୍ମୁଖରେ ନାଗ ର ଚିତ୍ର ବନାଇ ପୂଜା କରିଥାନ୍ତି ସେମାନଂକର ବିଶ୍ୱାସ ଏହା କରିବା ଦ୍ୱାରା ନାଗ ଦେବତାଙ୍କ କୃପା ମିଳିବ ।

ନାଗପଞ୍ଚମୀରେ ୮ ପ୍ରକାରର ନାଗଦେବତାଙ୍କୁ ପୂଜା କରାଯାଇଥାଏ । ବସୁକି,ତକ୍ଷକ,କାଳିଆ,ମଣିଭଦ୍ରକ, ଐରାଵତ, ଧୃତରାଷ୍ଟ୍ର, କର୍କଟକ, ଧନଞ୍ଜୟ ନାମକ ଅଷ୍ଟ ନଗଙ୍କୁ ପୂଜା କରାଯାଇଥାଏ । ଏଇ ପୂଜା କରିବା ଦ୍ୱାରା ଧନ ସମୃଦ୍ଧି ବୃଦ୍ଧି ସହ ସାପ ଭୟରୁ ମୁକ୍ତି ମିଳିଥାଏ ।

ଭଗବାନ ଶିବଙ୍କର ପ୍ରିୟ ମାସ ଶ୍ରାବଣ ମାସ । ଏହା ଏକ ପବିତ୍ର ମାସ । ଏଇ ମାସ ରେ ମହାଦେବଙ୍କୁ ପୂଜା କରିବା ଯେତିକି ପୁଣ୍ୟ ଓ ଶୁଭ ହୋଇଥାଏ ,ସେତିକି ତାଙ୍କ କଣ୍ଠରେ ସଦା ସର୍ବଦା ରହିଥିବା ନାଗ ଦେବତାଙ୍କୁ ପୂଜା କରିଲେ ମଧ୍ୟ ସେତିକି ପୁଣ୍ୟ ହୋଇଥାଏ । ନାଗ ଦେବତାଙ୍କୁ ପୂଜା କରିବାର ବିଧି ଓ ନିୟମ ମଧ୍ୟ ରହିଛି । ଯାହା ନାଗ ପଞ୍ଚମୀ ରୂପରେ ପାଳନ କରାଯାଇଥାଏ ।ଧାର୍ମିକ ମାନ୍ୟତା ଅନୁସାରେ ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କୁ ଆରାଧନା କରିଲେ ଭକ୍ତମାନଙ୍କୁ ଅଶେଷ ଆଶୀର୍ବାଦ ମିଳିଥାଏ ।

ପୂଜାର କେତେକ ବିଧି
– ନାଗ ଦେବତାଙ୍କୁ ପୂଜା କରିବା ସହିତ ବ୍ରତ ରଖିବା ଦ୍ୱାରା ଧନ ଜନ ମାନ ସମ୍ମାନ ସହିତ ଗୃହକୁ ଦୁଷ୍ଟଶକ୍ତିଙ୍କଠାରୁ ରକ୍ଷା ମିଳିଥାଏ ।
– ପ୍ରଥମତଃ ଆଜି ବ୍ରାହ୍ମ ମୂହୁର୍ତ୍ତ ପ୍ରାତଃ ଭୋର ୫ଟା୧୯ ରୁ ସକାଳ ୭ଟା ୫୭ ମଧ୍ୟରେ ଏହିପୂଜା କରନ୍ତୁ ।


-ସୂଯ୍ୟୋଦୟ ପୂର୍ବରୁ ସ୍ନାନସାରି ନିଜର ଠାକୁର ଗୃହରେ ଶିବପଞ୍ଚାକ୍ଷରୀ ଓଁ ନମଃ ଶିବାୟ ୧୦୮ଥର ଜପ କରିବେ, ପରେ ସୂଯ୍ୟୋଦୟ ସମୟରେ ଗୃହରେ ନାଗଦେବଙ୍କର ତମ୍ବାର ପ୍ରତ୍ତିମା କିମ୍ବା ମାଟିର ପ୍ରତ୍ତିମା କରି ପ୍ରଥମେ କ୍ଷୀରରେ ତାପରେ ପଞ୍ଚାମୃତ ସ୍ନାନ କରାଇ ଅଭିଷେକ କରାଇବେ । ଅଭିଷେକ ସମୟରେ ନିମ୍ନ ମନ୍ତ୍ରକୁ ପାଠ କରୁଥିବେ ।

‘ଅନନ୍ତଂ ବାସିକୀଂ ଶେଷଂ ପଦ୍ମନାଭଂ ଚ କମ୍ବଳମ୍
ଶଙ୍ଖପାଳଂ ଧୃତରାଷ୍ଟ୍ରଂ ତକ୍ଷକଂ କାଳିୟଂ ତଥା ॥
ଏତାନି ନବ ନାମାନୀ ନାଗାନାଂ ଚ ମହାତ୍ମନାମ୍
ସାୟଂକାଳେ ପଠେନିତ୍ୟଂ ପ୍ରାତଃକାଳେ ବିଶେଷତଃ
ତସ୍ୟ ବିଷଭୟଂ ନାସ୍ତି ସର୍ବତ୍ର ବିଜୟି ଭବେତ୍ ॥’

– ଏହା ସହିତ ଭଗବାନ ଶିବଙ୍କ ଦର୍ଶନ କରନ୍ତୁ ।

-ସୂର୍ଯ୍ୟାସ୍ତ ପର ଅଧଘଣ୍ଟା ସମୟରେ ପୁନଃ ୧୦୮ଥର ଓଁ ନମଃ ଶିବାୟ ଜପ କରିବେ ।

ଏହି ପୂଜା ଆମେ ପ୍ରତ୍ୟେକ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଲରିପାରିଲେ ଜୀବନରେ ଏବଂ ଗୃହରେ ନକରାତ୍ମକ ପ୍ରଭାବରୁ ମୁକ୍ତି ସହିତ ସଦା ଆତ୍ମ ସନ୍ତୋଷ ଭରା ପରିବେଶ ଲାଗିରହିଥାଏ ।

Leave A Reply

Your email address will not be published.