Latest Odisha News

BREAKING NEWS

ସାବିତ୍ରୀ ପାଇଁ ବିରଜା ମନ୍ଦିରରେ ଲାଗିବ ୧୪୪ ଧାରା

ଯାଜପୁର: ଆସନ୍ତାକାଲି ବିରଜା ମନ୍ଦିରରେ ଲାଗୁ ହେବ ୧୪୪ ଧାରା । ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସାବିତ୍ରୀ ବ୍ରତ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ କହିଛି ।

ସେପଟେ ଦେବଗଡରେ ମଧ୍ୟ ନିଜ ନିଜ ଘରେ ସାବିତ୍ରୀ ବ୍ରତ ପାଳନ କରିବାକୁ ଜିଲ୍ଲା ପୋଲିସ ଅନୁରୋଧ କରିଛି । ଲକଡାଉନ ଯୋଗୁଁ ଜିଲ୍ଲାର ସମସ୍ତ ମନ୍ଦିର ଓ ଅନୁଷ୍ଠାନକୁ ବନ୍ଦ ରଖାଯାଇଛି । କୌଣସି ମନ୍ଦିର କିମ୍ବା କୌଣସି ସ୍ଥାନରେ ଏକତ୍ରିତ ହୋଇ ପୂଜା କରିବାକୁ ବାରଣ କରାଯାଇଛି।

Leave A Reply

Your email address will not be published.