Latest Odisha News

BREAKING NEWS

LAC ଟେନସନ୍ ଭିତରେ ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଏଲଏସିରେ ଭାରତ-ଚୀନ ମଧ୍ୟରେ ଅଶାନ୍ତି ଲାଗି ରହିଥିବା ବେଳେ ଅଚାନକ ଜମ୍ମୁ କଶ୍ମୀରର ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ନିମୁର ଫରଓ୍ୱାଡ ପୋଷ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ସେନାର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଥଳସେନା, ବାୟୁସେନା ଓ ଆଇଟିବିପି ଅଧିକାରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଯବାନଙ୍କୁ ବି ଭେଟି ସେମାନଙ୍କ ମନୋବଳ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ୧୪ ଫୋର୍ସ ଅଧିକାରୀଙ୍କ ସହ ବି ଆଲୋଚନା କରିଛନ୍ତି । ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ପ୍ରଧାନମନ୍ତ୍ରୀଙ୍କୁ ଏଲଏସିରେ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଆଜି ଲେହ ଗସ୍ତରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ୍ ବିପିନ ରାଓ୍ୱତ ଯିବାର ଥିଲା । ଅଚାନକ ପହଞ୍ଚି ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତରେ ଯିବାର ଥିଲା । ଗତକାଲି ତାଙ୍କ ଗସ୍ତ ବାତିଲ ହୋଇଥିଲା ।

ନିମୁ ପୋଷ୍ଟ ସମୁଦ୍ର ପତ୍ତନରୁ ୧୧ ହଜାର ଫୁଟ ଉଚ୍ଚରେ ରହିଛି । ଯାହାକୁ ଦୁନିଆର ସବୁଠୁ ଉଚ୍ଚତମ ଓ ଖତରନାକ ପୋଷ୍ଟ ବୋଲି ବିବେଚନା କରାଯାଏ । ଗଲଓ୍ୱାନ ଘାଟି ସଂଘର୍ଷ ପରେ ଚୀନ୍ ସହ ଭାରତର ବଢ଼ିଛି ସୀମା ଟେନସନ୍ । ଡ୍ରାଗନ ବଦମାସୀକୁ ଉଚିତ ଜବାବ ଦେବାକୁ ସ୍ୱତନ୍ତ୍ର ରଣନୀତି କରୁଛି ଭାରତ । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ଅନେକ ଗୁରୁତ୍ୱ ରଖୁଛି ।

Leave A Reply

Your email address will not be published.