Latest Odisha News

BREAKING NEWS

ନାସିକ କାଲାରାମ ମନ୍ଦିର ସଫା କଲେ ମୋଦି, ଜାନୁଆରୀ ୨୨ ସୁଦ୍ଧା ସମସ୍ତ ମନ୍ଦିରକୁ ସ୍ବଚ୍ଛ ରଖିବାକୁ କଲେ ଅପିଲ

ନାସିକ: ଦିନିକିଆ ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆଜି ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍-MTHL (ଅଟଳ ସେତୁ) ର ଉଦଘାଟନ କରିବେ । ଏହା ଦେଶର ଦୀର୍ଘତମ ସମୁଦ୍ର ସେତୁ ଅଟେ । ଏହି ଉଦଘାଟନୀ ସମାରୋହ ଅପରାହ୍ନ ୪ ଟା ୩୦ ସମୟରେ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଏବେ ଆଲୋଚନାର ବିଷୟ ପାଲଟିଛି । ଏହି ଭିଡିଓରେ ପିଏମ ମୋଦି ନାସିକର ପ୍ରସିଦ୍ଧ କାଲାରାମ ମନ୍ଦିର ପରିସର କୁ ସଫା କରୁଥିବା ଦେଖିବାକୁ ମିଳିଛି ।

 

ଆଜି ନାସିକର କାଲାରାମ ମନ୍ଦିରରେ ସ୍ୱଚ୍ଛତା ଅଭିଯାନରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ କାଲାରାମ ମନ୍ଦିର ରେ ପୋଛା ଲଗାଇଥିଲେ । ଏହା ସହିତ ମନ୍ଦିର ପରିସରକୁ ସଫା ରଖିବାକୁ ଲୋକଙ୍କୁ ନିବେଦନ କରିଥିଲେ । ଏହି ମନ୍ଦିରରେ ପହଞ୍ଚିବା ପରେ ମୋଦି ପ୍ରଥମେ ପ୍ରାର୍ଥନା କରିଥିଲେ । ଏହା ପରେ ସେ ନିଜେ ମନ୍ଦିରର ପରିସର ସଫା କରି ଦେଶର ବିଭିନ୍ନ ମନ୍ଦିରରେ ସ୍ୱଚ୍ଛତା ଅଭିଯାନ ଚଳାଇବାକୁ ଲୋକଙ୍କୁ ନିବେଦନ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜାନୁଆରୀ ୨୨ ସୁଦ୍ଧା ଦେଶର ତୀର୍ଥସ୍ଥାନ ଏବଂ ସମସ୍ତ ମନ୍ଦିର କୁ ସଫା କରିବାକୁ ସମସ୍ତଙ୍କୁ  ମୁଁ ଆହ୍ବାନ କରିଛି । ଏକ ସ୍ୱଚ୍ଛତା ଅଭିଯାନ ଚଳାନ୍ତୁ । ଆଜି ମତେ କାଲାରାମ ମନ୍ଦିର ଦର୍ଶନ କରିବା ଏବଂ ମନ୍ଦିର ପରିସର ସଫା କରିବାର ସୌଭାଗ୍ୟ ମିଳିଲା । ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ଦେଶର ସମସ୍ତ ମନ୍ଦିର ତଥା ତୀର୍ଥସ୍ଥାନରେ ସ୍ୱଚ୍ଛତା ଅଭିଯାନ ଚଳାନ୍ତୁ ଏବଂ ରାମ ମାନ୍ଦିର ଉଦ୍ଦେଶ୍ୟରେ ସେମାନଙ୍କ ଶ୍ରମ ଦାନ କରନ୍ତୁ ।

 

ନାସିକର କାଲାରାମ ମନ୍ଦିର ହେଉଛି ପ୍ରଭୁ ରାମଙ୍କର ୨ ବର୍ଷ ପୁରୁଣା ମନ୍ଦିର । ୧୭୮୮ ମସିହାରେ କାଲାରାମ ମନ୍ଦିରର ନବୀକରଣ କରାଯାଇଥିଲାବେଳେ ଏହି ମନ୍ଦିର ରାଷ୍ଟ୍ରାକୁଟ ସମୟର ସପ୍ତମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିଲା । ଏହି ମନ୍ଦିର ଗୋଦାବରୀ ନଦୀ କୂଳରେ ଉତ୍ତର ନାସିକରେ ଅବସ୍ଥିତ । ଏହି ମନ୍ଦିର ବିଷୟରେ ବିଶେଷ କଥା ହେଉଛି ଗର୍ଭଗୃହରେ ପ୍ରଭୁ ରାମଙ୍କ ମୂର୍ତ୍ତି କଳା ପଥରରେ ନିର୍ମିତ । ନାଶିକରେ ଏହି ମନ୍ଦିର ଯେଉଁ ସ୍ଥାନରେ ଅବସ୍ଥିତ, ସେହି ସ୍ଥାନକୁ “ପଞ୍ଚାବଟୀ” କୁହାଯାଏ । ବିଶ୍ୱାସ ରହିଛି ଯେ, ପ୍ରଭୁ ଶ୍ରୀରାମ ତାଙ୍କର ୧୪ ବର୍ଷର ବନବାସ ସମୟରେ ୧୦ ବର୍ଷ ପୂରଣ କରିବା ପରେ ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଏହି ଗୋଦାବରୀ କୂଳରେ ରେ ରହିଥିଲେ ।

 

Leave A Reply

Your email address will not be published.