Latest Odisha News

BREAKING NEWS

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ମାର୍ଚ୍ଚ ସୁଦ୍ଧା ଚିନୁକ୍ ଓ ଆପାଚି ହେଲିକପ୍ଟର ହେବେ ସାମିଲ

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ଚିନୁକ୍ ଏବଂ ଆପାଚି ହେଲିକପ୍ଟର ମାର୍ଚ୍ଚ ସୁଦ୍ଧା ଭାରତୀୟ ସେନାରେ ସାମିଲ କରାଯିବ । ଏହା ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବ ।

ଏନେଇ ଆମେରିକାର ବୋଇଙ୍ଗ୍ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଉଭୟ ହେଳିକାପ୍ଟର ସେନାରେ ସାମିଲ ହେବା ଫଳରେ ସେନାର ଶକ୍ତି ବୃଦ୍ଧି ପାଇବା ସହ ଶତ୍ରୁ ରାଷ୍ଟ୍ରର ଚିନ୍ତା ଆହୁରି ବଢ଼ିଯିବା ନେଇ ସୂଚନା ମିଳିଛି। କମ୍ପାନୀ ତରଫରୁ ଚିନୁକ୍ ହେଲିକାପ୍ଟରର ପ୍ରଥମ ବ୍ୟାଚ୍ ଗୁଜୁରାଟର ମୁନ୍ଦରା ବନ୍ଦର ଅଭିମୁଖେ ବାହାରି ସାରିଥିବା ନେଇ ଜଣାପଡିଛି ।

ଭାରତ ୩ ବିଲିୟନ୍ ଡଲାର୍ ଖର୍ଚ୍ଚ ବିନିମୟରେ ଆମେରିକାର ବୋଇଙ୍ଗ କମ୍ପାନୀ ସହ ୧୫ଟି ଚିନୁକ୍ ଏବଂ ୨୨ଟି ଆପାଚି ହେଲିକପ୍ଟରର ଡିଲ୍ କରିଥିଲା।

ସେହିପରି ଆପାଚି ହେଲିକାପ୍ଟର ଗାଜିଆବାଦର ହିଣ୍ଡୋନ ଏୟାରବେସରେ ରଖାଯିବାକୁ ଥିବାବେଳେ ଭାରି ସାମଗ୍ରୀ ପରିବହନ କରିବାର କ୍ଷମତା ରଖୁଥିବା ଚିନୁକ୍କୁ ଚଣ୍ଡିଗଡରେ ରଖାଯିବ, ଫଳରେ ଆବଶ୍ୟକସ୍ଥଳେ ଏହାକୁ ସିଆଚୀନ ଓ ଲଦାଖରେ ମୁତୟନ କରାଯାଇପାରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଭାରତୀୟ ସେନାରେ ପୂର୍ବରୁ ଋଷ ନିର୍ମିତ ହେଲିକାପ୍ଟର ଏମଆଇ-୧୭ ସାମିଲ ରହିଛି ଏବଂ ଏହାବ୍ୟତୀତ ଏମଆଇ-୧୬ ମଧ୍ୟ ଭାରତୀୟ ସେନା ପାଖରେ ଅଛି । ଏଥିସହିତ ଲଢୁଆ ହେଲିକାପ୍ଟର ଭାବେ ଭାରତୀୟ ସେନା ଏମଆଇ-୩୫ ଉପରେ ନିର୍ଭରଶୀଳ, ଯାହାର ବ୍ୟବହାର ତତ୍କାଳୀନ ସୋଭିଏତ ସଂଘ ଦ୍ୱାରା ୧୯୮୦ ମସିହାରେ ଆଫଗାନିସ୍ଥାନକୁ ଦଖଲ କରିବାରେ ସମୟରେ ହୋଇଥିଲା ।

Leave A Reply

Your email address will not be published.