Latest Odisha News

BREAKING NEWS

ସିନ୍ଦୂରର ଜବାବରେ ‘ଅପରେସନ ସିନ୍ଦୂର’: କିଛି ଏମିତି ଥିଲା ମୋଦୀଙ୍କ ମାଷ୍ଟର ପ୍ଲାନ୍…..

ନୂଆଦିଲ୍ଲୀ: ଚେତିବାର ଥିଲେ ଚେତିଯିବ। ନହେଲେ ପସ୍ତେଇବ। କିଛି ଏପରି ବାର୍ତ୍ତା ଦେଇ ଏବେ ପାକିସ୍ତାନ ଉପରେ ତାର ପ୍ରତିଶୋଧ ନେଇଛି ଭାରତ। ତ୍ରି-ସେବା ବାହିନୀର ସମନ୍ୱିତ ଆକ୍ରମଣରେ, ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ମାଟିରେ ମିଶେଇଛି। ୮୦ରୁ ଅଧିକ ଆତଙ୍କିଙ୍କ ନିହତ ହୋଇଥିବା ସୂଚନା ରହିଛି। ତେବେ ଏହି ବଡ଼ ପ୍ରତିଶୋଧର ନାଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ରଖିଥିଲେ। ଏହି ଅପରେସନ୍ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୨ରେ ପହଲଗାମ୍ ଆକ୍ରମଣର ବିଧବାମାନଙ୍କ ସମ୍ମାନରେ ଏହାକୁ ବ୍ୟକ୍ତିଗତ ଭାବରେ ନାମିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ହୋଇଥିବା ସଦ୍ୟତମ ପ୍ରତିଶୋଧମୂଳକ ସାମରିକ କାର୍ଯ୍ୟାନୁଷ୍ଠାନକୁ “ଅପରେସନ୍ ସିନ୍ଦୂର” ନାମରେ ନାମିତ କରିଥିଲେ। ୨୨ ଏପ୍ରିଲର ସେ ଛାତିଥରା ପହଲଗାମ୍ ରକ୍ତରଞ୍ଜିତ ମାଟିକୁ ମାନେ ପକାଇ ଆକ୍ରମଣରେ ବିଧବା ହୋଇଥିବା ସେ ମହିଳାମାନଙ୍କ ସିନ୍ଦୂରର ସମ୍ମାନରେ ଏହି ଅପରେସନ ସିନ୍ଦୂର।

ଏହାକୁ ନେଇ ସରକାରୀ ସୂତ୍ର କହିଛି, ପ୍ରଧାନମନ୍ତ୍ରୀ ଆତଙ୍କବାଦୀ ଆକ୍ରମଣର ମାନବିକ ମୂଲ୍ୟ ବିଷୟରେ ସ୍ପଷ୍ଟ ଭାବରେ ଜାଣିଥିଲେ। ତେଣୁ ଏହି ଅପରେସନର ନାମ, ସିନ୍ଦୂର- ବିବାହିତ ହିନ୍ଦୁ ମହିଳାମାନେ ପିନ୍ଧୁଥିବା ସିନ୍ଦୂର ଲିଭିଯିବା ଦୁଃଖ, ସ୍ମୃତି ଏବଂ ସଂକଳ୍ପର ଏକ ଉଦ୍ଦେଶ୍ୟମୂଳକ ଆହ୍ବାନ।

ଗତ ସପ୍ତାହରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ, ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି, ସାମ୍ପ୍ରତିକ ଆତଙ୍କବାଦୀ ଆକ୍ରମଣ ଜାଣିଶୁଣି ଭାରତୀୟ ପୁରୁଷମାନଙ୍କୁ ଟାର୍ଗେଟ କରଯାଇଥିଲା। ବିଧବା ମହିଳା ଏବଂ ଭାଙ୍ଗିଯାଇଥିବା ପରିବାରକୁ ଦୁଃଖ ସଂତପ୍ତରେ ପକାଇ ଦେଇଥିଲା। ତେଣୁ ଅଧିକାରୀମାନଙ୍କୁ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଏହାକୁ ଛାଡ଼ି ଦେବ ନାହିଁ ବୋଲି ଦେଖାଇବାକୁ ପଡିବ ବୋଲି ଆହ୍ବାନ ଦେଇଥିଲେ ମୋଦି।

ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୦୫ ସମୟରେ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ମିଳିତ ଭାବରେ ପାକିସ୍ତାନ ଉପରେ ଏକ ବହୁ-ଡୋମେନ୍ ଆକ୍ରମଣ କରିଥିଲେ। ପାକିସ୍ତାନ ଏବଂ ପିଓକେର ନଅଟି ସ୍ଥାନକୁ ଟାର୍ଗେଟରେ ରଖାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ସ୍ଥଳ ଏବଂ ସମୁଦ୍ର-ଭିତ୍ତିକ ପ୍ଲାଟଫର୍ମର ମିଳିତ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଆକ୍ରମଣ, ଆତଙ୍କୀ ଲଞ୍ଚପ୍ୟାଡ୍ ଏବଂ ସମ୍ପର୍କିତ ଭିତ୍ତିଭୂମି ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା।

ଏହି ‘ଅପରେସନ୍ ସିନ୍ଦୁର’ ଏକ ସଠିକ୍ ବାୟୁ ଅଭିଯାନରେ ଭାରତୀୟ ବାୟୁସେନା, ଆତଙ୍କୀଙ୍କ ନିଷିଦ୍ଧ ଗୋଷ୍ଠୀ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା ଏବଂ ହିଜବୁଲ ମୁଜାହିଦ୍ଦିନର ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହା ମଧ୍ୟରେ ପାକିସ୍ତାନ ଭିତରେ ଚାରିଟି ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପାଞ୍ଚଟି ସ୍ଥାନ ରହିଛି। ଏହା ମଧ୍ୟରେ ବାହାବଲପୁରରେ ଜୈଶର ମର୍କଜ ସୁଭାନ ଆଲ୍ଲା, ତେହରା କଲାନରେ ସରଜଲ ଶିବିର, କୋଟଲିରେ ମର୍କଜ ଆବାସ ଏବଂ ମୁଜାଫରାବାଦରେ ସୈୟଦନା ବିଲାଲ ଶିବିର ଅନ୍ତର୍ଭୁକ୍ତ ରହିଛି। ଏଥିସହିତ ଲସ୍କରର ଗଡ଼ – ମୁର୍ଡିକେର ମର୍କଜ୍ ତୈବା, ବର୍ଣ୍ଣାଲାର ମର୍କଜ୍ ଅହଲେ ହଦିଥ ଏବଂ ମୁଜାଫରାବାଦର ଶ୍ୱାୱାଇ ନାଲା ଶିବିର ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। ଟାର୍ଗେଟ କରାଯାଇଥିବା ସ୍ଥାନଗୁଡ଼ିକ ମଧ୍ୟରେ କୋଟଲିର ମକାଜ୍ ରାହିଲ୍ ଶାହିଦ୍ ଏବଂ ସିଆଲକୋଟର ମେହମୁନା ଜୋୟାରେ ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ସର୍ଜିକାଲ୍ ସଠିକତା ସହିତ କରାଯାଇଥିବା ଏହି ଆକ୍ରମଣ, ବାଲାକୋଟ ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୀମାପାର ଆତଙ୍କବାଦ ବିରୋଧୀ ଅଭିଯାନ ମଧ୍ୟରୁ ଗୋଟିଏ। ଯାହା ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ୨୬ ଜଣ ସାଧାରଣ ନାଗରିକଙ୍କ ହତ୍ୟାର ପ୍ରତିଶୋଧ ।

Comments are closed.