Latest Odisha News

BREAKING NEWS

କିଏ ସେହି ପାକିସ୍ତାନୀ ବଂଶୋଦ୍ଭବ ମହିଳା? ଯିଏ ୩୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି…

ଅହମ୍ମଦାବାଦ: ଆଉ ଦିନ କେଇଟା ପରେ ସମଗ୍ର ଦେଶ ପାଳିବ ରକ୍ଷା ବନ୍ଧନ । ଏହି ଦିନ ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ, ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହା ଏକ ଜନପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ତେବେ ଅହମ୍ମଦାବାଦରେ ରହୁଥିବା ପାକିସ୍ତାନୀ ବଂଶୋଦ୍ଭବ ମହିଳା କମର ମୋହସିନ ଶେଖ ସବୁ ବର୍ଷ ପରି ଚଳିତ ଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିବେ । ମୋହସିନ ଶେଖ ଗତ ୩୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି ।

ଶେଖ କହିଛନ୍ତି ଯେ ସେ ପ୍ରତିବର୍ଷ ଅନେକ ରାକ୍ଷୀ ତିଆରି କରନ୍ତି । ପ୍ରଧାନମନ୍ତ୍ରୀଙ୍କ ହାତରେ ବାନ୍ଧିବା ପାଇଁ ସେ ଯାହାକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି ତାହାକୁ ବାଛନ୍ତି । ଶେଖ କହିଛନ୍ତି ଯେ, ଏହି ବର୍ଷ ସେ ମୋଦିଙ୍କ ପାଇଁ ପବିତ୍ର ‘ଓମ୍’ ଚିହ୍ନ ଥିବା ଏକ ରାଖୀ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରିଛନ୍ତି ।

ଶେଖ କହିଛନ୍ତି ଯେ ମୋଦିଜୀଙ୍କୁ ଘରେ ତିଆରି ଜିନିଷ ବହୁତ ପସନ୍ଦ । ସେଥିପାଇଁ ସେ ତାଙ୍କ ପାଇଁ ନିଜ ହାତରେ ରାକ୍ଷୀ ତିଆରି କରନ୍ତି । ଯେତେବେଳେ ସେ ଚିଠି ଲେଖନ୍ତି, ସେ ବଜାରରୁ କିଣିବା ପରିବର୍ତ୍ତେ ନିଜ ହାତରେ ଗୁଜୁରାଟୀ ଭାଷାରେ ସେଗୁଡ଼ିକୁ ଲେଖନ୍ତି । ଶେଖ କହିଛନ୍ତି ଯେ ସେ, ରକ୍ଷାବନ୍ଧନର ଗୋଟିଏ ମାସ ପୂର୍ବରୁ ତାଙ୍କର ପ୍ରସ୍ତୁତି ଆରମ୍ଭ କରନ୍ତି । ସେ ଚାରି କିମ୍ବା ପାଞ୍ଚଟି ରାକ୍ଷୀ ତିଆରି କରନ୍ତି ଏବଂ ମୋଦିଙ୍କ ହାତରେ ବାନ୍ଧିବା ପାଇଁ ତାଙ୍କୁ ସବୁଠାରୁ ପସନ୍ଦ ଆସୁଥିବା ରାକ୍ଷୀ ବାଛନ୍ତି ।

ପାକିସ୍ତାନରେ ଜନ୍ମିତ ଶେଖ୍ ଗତ ୩୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି । କମର ମୋହସିନ୍ ଶେଖ୍ ଅହମ୍ମଦାବାଦର ଚିତ୍ରକର ମୋହସିନ୍ ଶେଖଙ୍କୁ ବିବାହ କରିଥିଲେ । ସେ କହିଥିଲେ ଯେ ୧୯୯୪-୯୫ ମସିହାରେ, ଯେତେବେଳେ ସେ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ମୋଦିଜିଙ୍କୁ ଭେଟିଥିଲେ, ସେ ସଂଗଠନର ଜଣେ କର୍ମୀ ଥିଲେ । ଶେଖଙ୍କୁ ଭଲମନ୍ଦ ବିଷୟରେ ପଚାରିବା ସମୟରେ ସେ କହିଥିଲେ, ତୁମେ କିପରି ଅଛ ଭଉଣୀ?

ଶେଖ୍ କୁହନ୍ତି ଯେ ତାଙ୍କ କଥା ମୋ ହୃଦୟକୁ ଛୁଇଁଥିଲା । ରକ୍ଷାବନ୍ଧନ ଏହାର ଚାରି କିମ୍ବା ପାଞ୍ଚ ଦିନ ପରେ ଥିଲା । ସେ ଭାବିଥିଲେ ଯେ ତାଙ୍କୁ ମୋଦିଙ୍କୁ ରାକ୍ଷୀ ବାନ୍ଧିବା ଉଚିତ ଏବଂ ତା’ପରେ ସେ ପ୍ରଥମ ଥର ପାଇଁ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ସେବେଠାରୁ, ସେ ତାଙ୍କ ନିଜ ହାତରେ ପ୍ରସ୍ତୁତ କରୁଥିବା ରାକ୍ଷୀ ମୋଦିଙ୍କ ହାତରେ ବାନ୍ଧନ୍ତି ।

Comments are closed.