Latest Odisha News

BREAKING NEWS

ସଂସଦରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ସଂସଦରେ ଆଣ୍ଟି ପେପର୍ ଲିକ୍ ବିଲ୍ ପାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ଆଉ ଏକ ଇନ୍‌ଷ୍ଟା ଭିଡିଓ କରି ସଂଶୋଧନ ନିୟମକୁ ପ୍ରଶଂସା କଲେ। ମୋଦି କହିଲେ, ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି। ପରୀକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ ଆଣ୍ଟି ପେପର୍ ଲିକ୍ ବିଲ୍। ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରି ଆଣ୍ଟି ପେପର୍ ଲିକ୍ ବିଲ୍ ଆଣିଛନ୍ତି। ଛାତ୍ର ମାନଙ୍କ ବୃହତ୍ତର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ଏହି ବିଲ୍‌ ବୋଲି କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ଭିଡିଓରେ ଆହୁରି କହିଛନ୍ତି, ଏକ ବିଶ୍ୱସନୀୟ ପରୀକ୍ଷା ପଦ୍ଧତି ପାଇଁ ଆମେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛୁ। ଟାସ୍କଫୋର୍ସ ଗଠନ ହେଉ କି ଫାଷ୍ଟ-ଟ୍ରାକ୍ କୋର୍ଟ ବ୍ୟବସ୍ଥା ହେଉ କିମ୍ବା ରାଜ୍ୟଗୁଡ଼ିକର ପରାମର୍ଶକୁ ଧ୍ୟାନରେ ରଖିବା ହେଉ। ଗତ କିଛି ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ସରକାର ପେପର ଲିକ୍ ସମସ୍ୟାର ସାମ୍ନା କରୁଛନ୍ତି। ଏହି କାରଣରୁ ପିଲାଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହେଉଛି।

ଏହି ସବୁକୁ ଧ୍ୟାନରେ ରଖି ଦେଶବ୍ୟାପୀ ସବୁ ରାଜ୍ୟ ଏବଂ କେନ୍ଦ୍ରରେ ମଧ୍ୟ ଶିକ୍ଷା ପଦ୍ଧତିରେ ସୁଧାର ଆଣିବା ଅନିବାର୍ଯ୍ୟ ହୋଇଯାଇଛି। ଟେକ୍ନୋଲୋଜିର ଭରପୂର ବ୍ୟବହାର ଆବଶ୍ୟକ ହୋଇ ପଡ଼ିଛି। ପେପର ମାଫିଆ, ପେପର ଲିକ୍ କରୁଥିବା ଗ୍ୟାଙ୍ଗ୍, ଯେଉଁମାନେ ଦେଶର ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି, ସେମାନଙ୍କୁ କଦାପି ଛଡ଼ାଯିବ ନାହିଁ।

Comments are closed.