Latest Odisha News

BREAKING NEWS

PM Modi in Odisha: ଓଡିଶାରେ ମୋଦି: ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚି ଝାରସୁଗୁଡା କାର୍ଯ୍ୟକ୍ରମରେ ଦେଲେ ଯୋଗ, ଭେଟି ଦେଲେ ୫୦ ହଜାର କୋଟିରୁ ଅଧିକ ପ୍ରକଳ୍ପ…

ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡା ଆମଲପାଲିରେ ଯୁବ ସମାବେଶରେ ଦେଲେ ଯୋଗ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଷଷ୍ଠ ଓଡିଶା ଗସ୍ତ ।  ଆଜି ମୋଦି ବାୟୁସେନାର ସ୍ବତନ୍ତ୍ର ବିମାନରେ ଝାରସୁଗୁଡାରେ ପହଞ୍ଚି ଥିବୋ ବେଳେ ତାଙ୍କ କାରକେଡ ସହିତ ରୋଡ ଶୋ କରି ଯୁବ ସମାବେଶକୁ ଯାତ୍ରା କରିଥିଲେ । ବିମାନବନ୍ଦରରେ ମୋଦି ପହଞ୍ଜିବା ପରେ ତାଙ୍କୁ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ସ୍ବାଗତ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଲଗାତାର ଷଷ୍ଠ ଗସ୍ତ ପାଇଁ ତାଙ୍କୁ ତାଙ୍କ ଅଭିଭାଷଣ ମାଧ୍ୟମରେ ସ୍ବାଗତ ଜଣାଇଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଝାରସୁଗୁଡାରେ ପହଞ୍ଚିଛନ୍ତି ଯେଉଁଠାରୁ ସେ ଟେଲିକମ୍ୟୁନିକେସନ୍, ରେଳବାଇ ଏବଂ ଉଚ୍ଚଶିକ୍ଷା ଭଳି କ୍ଷେତ୍ରରେ ୫୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁଥିରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି । ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ସହିତ ସମ୍ବଲପୁର ସିଟି ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ କରିଛନ୍ତି । ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ୍, ଭୀମ୍‌ସାର ଓ ଏମ୍‌କେସିଜି କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନର ଲୋକାର୍ପଣ, ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ, ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପର ଶିଳାନ୍ୟାସ ଭଳି ଯୋଜନା ଅନ୍ତର୍ଭୁକ୍ତ । ଝାରସୁଗୁଡା ସଭାରୁ ଭର୍ଚୁଆଲ ମାଧ୍ୟମରେ ରାଜ୍ୟକୁ ୫୦ କୋଟିରୁ ଅଧିକ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଜୁନ୍ ୨୦୨୪ରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପରେ ୧୫ ମାସ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀଙ୍କ ରାଜ୍ୟକୁ ଷଷ୍ଠ ଗସ୍ତ। ଆଉ ୭ ବର୍ଷର ବ୍ୟବଧାନ ପରେ ମୋଦିଙ୍କ ଝାରସୁଗୁଡା ଗସ୍ତ। ସେ ସେପ୍ଟେମ୍ବର ୨୨, ୨୦୧୮ରେ ରାଜ୍ୟର ଦ୍ୱିତୀୟ ବାଣିଜ୍ୟିକ ବିମାନବନ୍ଦର ଉଦଘାଟନ କରିବା ପାଇଁ ପଶ୍ଚିମ ଓଡ଼ିଶା ସହରକୁ ଆସିଥିଲେ।

ପ୍ରାରମ୍ଭରେ, ରାଜ୍ୟର ଦକ୍ଷିଣ ଭାଗରେ ଥିବା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ତାଙ୍କର ସାଧାରଣ ସଭା ପାଇଁ ସ୍ଥାନ ସ୍ଥିର କରାଯାଇଥିଲା, କିନ୍ତୁ ପରେ ଶନିବାର  ସେହି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ଯୋଗୁଁ ଏହାକୁ ଝାରସୁଗୁଡ଼ାରେ ପରିବର୍ତ୍ତନ କରାଯାଇଥିଲା।

 

 

Comments are closed.