Latest Odisha News

BREAKING NEWS

ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି, ସିଂହଦ୍ୱାର ଥାନା ଉପରେ ଆକ୍ରମଣ କଲେ ବିକ୍ଷୋଭକାରୀ

ପୁରୀ: ଶ୍ରୀମନ୍ଦିର ମଧ୍ୟରେ ଧାଡି ଦର୍ଶନର ବ୍ୟବସ୍ଥାକୁ ବିରୋଧ କରି ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡ଼ାକରା ଦିଆଯାଇଛି । ତେବେ ଏହି ବନ୍ଦ ପାଳନ ଉଗ୍ରରୂପ ଧାରଣକରି ହିଂସାତ୍ମକ ଗତି ଆଡ଼କୁ ଅଗ୍ରସର ହୋଇଛି ।

ଆଜି ସମଗ୍ର ପୁରୀ ସହର ଅଶାନ୍ତ ହୋଇ ଉଠିଛି । ପ୍ରଶାସନ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ବନ୍ଦ ପାଳନ ସମୟରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ଘଟିଛି । ଆଜି ବିକ୍ଷୋଭକାରୀମାନେ ଉତ୍ୟକ୍ତ ହୋଇ ଶ୍ରୀମନ୍ଦିର ନିକଟସ୍ଥ ସିଂହଦ୍ୱାର ଥାନା ଉପରକୁ ଢେଲା ମାଡ଼ କରିଥିଲେ । ତେଣୁ ଏହି ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବା ଲାଗି ପୋଲିସ ପକ୍ଷରୁ ଲାଠି ଚାଳନା କରାଯିବା ସହିତ ଉତ୍ତ୍ୟକ୍ତ ବିକ୍ଷୋଭକାରୀ ।

ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଦେଖାଯିବାରୁ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି ହୋଇଛି । ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହିତ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଜନତା ।

ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା କରିଛନ୍ତି ଏହି ବିକ୍ଷୋଭକାରୀମାନେ ।

ଶ୍ରୀମନ୍ଦିର କାର୍ଯ୍ୟାଳୟ, ସିଂହଦ୍ୱାର ଥାନା ଉପରେ ଆକ୍ରମଣ ହେବା ସହିତ ଆନ୍ଦୋଳନକାରୀମାନେ ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟକୁ ନିଆଁ ଲଗାଇ ଜଳାଇ ଦେଇଛନ୍ତି ।

Leave A Reply

Your email address will not be published.