Sweden’s prestigious award: ସ୍ୱିଡେନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ; ପାଇଲେ ୩୧ତମ ଗ୍ଲୋବାଲ ଆଓ୍ବାର୍ଡ
ନୂଆଦିଲ୍ଲୀ:ସ୍ୱିଡେନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି। ସ୍ଵିଡେନ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୟାଲ୍ ଅର୍ଡର ଅଫ୍ ଦି ପୋଲାର୍ ଷ୍ଟାର କମାଣ୍ଡର ଗ୍ରାଣ୍ଡ୍ କ୍ରସ୍ (Royal Order Of Polar Star)ରେ ସମ୍ମାନିତ କରିଛନ୍ତି। ଏହାକୁ ସ୍ୱିଡେନର ଯେକୌଣସି ଦେଶର ସରକାର ମୁଖ୍ୟଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ଏବଂ ସବୁଠାରୁ ମର୍ଯ୍ୟାଦାଜନକ ସମ୍ମାନ ଭାବରେ ବିବେଚନା କରାଯାଏ।
ଏହି ସମ୍ମାନ ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏପର୍ଯ୍ୟନ୍ତ ମୋଟ ୩୧ଟି ଆନ୍ତର୍ଜାତୀୟ ସମ୍ମାନ ପାଇଛନ୍ତି, ଯେଉଁଥିରେ ବିଶ୍ୱର ବିଭିନ୍ନ ଦେଶ ଦ୍ୱାରା ତାଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ନାଗରିକ ଏବଂ ରାଜକୀୟ ସମ୍ମାନ ଅନ୍ତର୍ଭୁକ୍ତ।
A short while ago, I was conferred with the ‘Royal Order of the Polar Star, Degree Commander Grand Cross.’ This is not just an honour for me, but for the 140 crore people of India. It’s equally a tribute to all our friends in Sweden who have enriched India-Sweden relations and… pic.twitter.com/5AKtEAbqIe
— Narendra Modi (@narendramodi) May 17, 2026
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱିଡେନ ଗସ୍ତର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଭାରତ-ସ୍ୱିଡେନ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସମନ୍ୱିତ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ଅର୍ଥନୈତିକ ସହଭାଗୀତାରେ ପରିଣତ କରିବା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତର କେନ୍ଦ୍ରବିନ୍ଦୁ ସ୍ୱିଡେନ ପ୍ରଧାନମନ୍ତ୍ରୀ ଉଲଫ୍ କ୍ରିଷ୍ଟରସନ(Ulf Kristersson)ଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା, ପ୍ରମୁଖ ସ୍ୱିଡେନ ବ୍ୟବସାୟ ନେତାଙ୍କ ସହ ସାକ୍ଷାତ ଏବଂ ଭାରତର ସବୁଜ ଶକ୍ତି ଟ୍ରାଞ୍ଜିସନ, ଡିଜିଟାଲ ନବସୃଜନ ଏବଂ ପ୍ରତିରକ୍ଷା-ପ୍ରଯୁକ୍ତିବିଦ୍ୟା ଏଜେଣ୍ଡାରେ ସ୍ୱିଡେନକୁ ଏକ ପ୍ରମୁଖ ନର୍ଡିକ ଅଂଶୀଦାର ଭାବରେ ପ୍ରତିଷ୍ଠା କରିବା।
ଏକ X-ପୋଷ୍ଟରେ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ସ୍ୱିଡେନର ରାଜକୁମାରୀ ଭିକ୍ଟୋରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ “ରୟାଲ୍ ଅର୍ଡର ଅଫ୍ ଦି ପୋଲାର୍ ଷ୍ଟାର, ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍” ପ୍ରଦାନ କରିଛନ୍ତି। ଭାରତ-ସ୍ୱିଡେନ ସମ୍ପର୍କରେ ତାଙ୍କର ଅସାଧାରଣ ଅବଦାନ ଏବଂ ତାଙ୍କ ନେତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମାନକୁ ଭାରତ ଏବଂ ସ୍ୱିଡେନ ମଧ୍ୟରେ ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରିଛନ୍ତି ଏବଂ କହିଛନ୍ତି ଯେ ଏହା ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ପ୍ରେମର ପ୍ରତୀକ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୫ଟି ଦେଶ ଗସ୍ତର ତୃତୀୟ ପର୍ଯ୍ୟାୟରେ ରବିବାର ସ୍ଵିଡେନ ଗସ୍ତ କରିଛନ୍ତି। ସ୍ୱିଡେନର ପ୍ରମୁଖ ସହର ଗୋଥେନବର୍ଗର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ଵିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ପିଏମ ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଏବଂ ନେଦରଲ୍ୟାଣ୍ଡ ଗସ୍ତ ଶେଷ କରିବା ପରେ ସ୍ଵିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟରସନଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଦୁଇ ଦିନିଆ ସ୍ଵିଡେନ ଗସ୍ତରେ ଯାଇଛନ୍ତି।
Bengali culture is popular world over and Sweden is no exception.
During the community welcome, in which PM Kristersson was also present, a glimpse of the glorious Bengali culture was on display. pic.twitter.com/m28kYPICoM
— Narendra Modi (@narendramodi) May 17, 2026
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ସ୍ଵିଡେନ ଆକାଶମାର୍ଗରେ ପ୍ରବେଶ କରିବା ମାତ୍ରେ ସ୍ଵିଡେନ ବାୟୁସେନାର ସ୍ପେଶାଲ ‘ଗ୍ରୀପେନ’ ଯୁଦ୍ଧ ବିମାନ (Gripen Fighter Jets) ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଆଦରର ସହ ପାଛୋଟି ଆଣିଥିଲା। ମୋଦୀଙ୍କ ଏହି ଗସ୍ତର ଭୂ-ରାଜନୈତିକ ଗୁରୁତ୍ଵକୁ ଦର୍ଶାଉଛି।
ସୂଚନାଥାଉକି, ସ୍ୱିଡେନର ଗୋଥେନବର୍ଗ ବିମାନବନ୍ଦରରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବଙ୍ଗାଳୀ ପରମ୍ପରା ଅନୁଯାୟୀ ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା। ଏହା ସହିତ, ବିଦେଶୀ ଛାତ୍ରୀମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ ଭାରତନାଟ୍ୟମ୍ ପ୍ରଦର୍ଶନ ମଧ୍ୟ କରିଥିଲେ।
A mesmerizing Bharatanatyam performance by the talented students of Lilla Akademien…glad that Indian culture is kept alive and is being popularised by our diaspora in Sweden.@SwedishPM pic.twitter.com/8CQGjIeUWV
— Narendra Modi (@narendramodi) May 17, 2026
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୮ ମସିହାରେ ପ୍ରଥମ ଭାରତ-ନର୍ଡିକ ଶିଖର ସମ୍ମିଳନୀ ପାଇଁ ସ୍ୱିଡେନ ଗସ୍ତ କରିଥିଲେ। ସ୍ୱିଡେନ ଗସ୍ତ ପରେ ପିଏମ୍ ମୋଦୀ ନରୱେ ଏବଂ ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।