ଭୁବନେଶ୍ୱର : ସାମୁଦ୍ରିକ ଝଡ ଫନିର ମୁକାବିଲା ଲାଗି ଆୟୋଜିତ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଅତିରିକ୍ତ ପ୍ରମୁଖ ସଚିବ, ଗୃହ ସଚିବ ଏବଂ ଆଇଏମଡି, ଏନଡିଆରଏଫ, ଏନଡିଏମଏ ଓ ପିଏମଓର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ ।
ଝଡର ସମ୍ଭାବ୍ୟ ଗତିପଥ ଏବଂ ଗ୍ରହଣ କରାଯାଇଥିବା ସତର୍କତାମୂଳକ ଓ ପ୍ରସ୍ତୁତି ପଦକ୍ଷେପ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଥିଲା ।
Visuals: PM today chaired a high-level meeting in Delhi to review preparedness for Cyclone #Fani. Meeting was attended by Cabinet Secretary, Principal Secy to the PM, Additional Principal Secretary to the PM, the Home Secretary&other senior officials from IMD, NDRF, NDMA&PMO etc. pic.twitter.com/OJd8o7ILwU
— ANI (@ANI) May 2, 2019
ଏଥିରେ ସାମିଲ ରହିଛି ପ୍ରଚୁର ପରିମାଣରେ ସାଧନ, ଏନଡିଆରଏଫ ଓ ସଶସ୍ତ୍ର ସେନା ଦଳ ମୁତୟନ, ପାନୀୟ ଜଳ ବ୍ୟବସ୍ଥା ଏବଂ ଶକ୍ତି ଓ ଟେଲିକମ ସେବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ଷ୍ଟାଣ୍ଡବାଏ ବ୍ୟବସ୍ଥା ।
ଆହୁରି ମଧ୍ୟ ପରିସ୍ଥିତିର ସମୀକ୍ଷା କରିବା ପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ତଥା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହିତ ପ୍ରଭାବିତ ରାଜ୍ୟମାନଙ୍କର ପଦାଧିକାରୀଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ବରିଷ୍ଠ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
Comments are closed.