Latest Odisha News

BREAKING NEWS

ବାତ୍ୟାରେ ସତର୍କତା ଅବଲମ୍ବନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀ ପରାମର୍ଶ

ଭୁବନେଶ୍ୱର: ଆଉ କିଛି ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟା ଫନି ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ବେଗରେ ଓଡ଼ିଶା ଉପକୂଳକୁ ଛୁଇଁବ । ଏନେଇ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବସବାସ କରୁଥିବା ଅଧିବାସୀଙ୍କ ଲାଗି ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁରକ୍ଷା ସମ୍ପର୍କୀତ ପରାମର୍ଶ ପ୍ରଦାନ କରାଯାଇଛି । ବାତ୍ୟାର ମୁକାବିଲା ଲାଗି ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତଥା ଏହି ବାତ୍ୟାର ମୁକାବିଲା ନିମନ୍ତେ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି ।

ଏହି ବିଜ୍ଞପ୍ତିରେ ଜନସାଧାରଣଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରାଯିବା ସହିତ ସରକାର ଏହି ବାତ୍ୟା ଲାଗି ବିଭିନ୍ନ ଆଶୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ ରହିଛି ।

– ବାତ୍ୟା ଫନିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।- ଜନସାଧାରଣ ଆତଙ୍କିତ ନ ହୋଇ, ବାତ୍ୟା ସମୟରେ ଘର ଭିତରେ ରୁହନ୍ତୁ ଏବଂ ବାହାରକୁ ବାହାରନ୍ତୁ ନାହିଁ ।

– ପୁରୀ ସହରରେ ବାତ୍ୟା ଫନି ସ୍ଥଳଭାଗକୁ ଛୁଇଁବାର ସମ୍ଭାବନା ଥିବାରୁ ପୁରୀର ଜନସାଧାରଣ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ ।

– ବାତ୍ୟା ସ୍ଥଳଭାଗକୁ ଛୁଇଁବାର ପୂର୍ବବର୍ତ୍ତି ସମୟ ସବୁଠାରୁ ଅଧିକ ବିପଜ୍ଜନକ । ତେଣୁ, ସେ ସମୟରେ ଜନସାଧାରଣ କୌଣସି ପରିସ୍ଥିତିରେ ବାହାରକୁ ବାହାରନ୍ତୁ ନାହିଁ । ବାତ୍ୟାର ପ୍ରକୋପ ନକମିବା ପର୍ଯ୍ୟନ୍ତ ଜନସାଧାରଣ ଘର ବାହାରକୁ ନବାହାରିବାକୁ ଅନୁରୋଧ ।

– ବାତ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ କାର୍ଯ୍ୟାଳୟ ଉଭୟ ସରକାରୀ ଓ ଘରୋଇ ମେ ୩ ତାରିଖ ଦିନ ବନ୍ଦ ରହିବ । କେବଳ ବାତ୍ୟା ପରିଚାଳନା ସହିତ ସମ୍ପୃକ୍ତ କାର୍ଯ୍ୟାଳୟ ଗୁଡ଼ିକ ଖୋଲା ରହିବ ।

Leave A Reply

Your email address will not be published.