Latest Odisha News

ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଅଫିସ୍ ବିକ୍ରି ନେଇ olxରେ ବିଜ୍ଞାପନ, ୪ ଗିରଫ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଅଫିସ୍ ସାଢେ ୭ କୋଟିରେ ବିକ୍ରି ପାଇଁ olxରେ ଦିଆଯାଇଥିଲା ବିଜ୍ଞାପନ । ଏହା ପରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । କ’ଣ ସତରେ ପ୍ରଧାନମନ୍ତ୍ରୀ ମୋଦି ବାରଣାସୀ ଅଫିସ୍ ବିକ୍ରି କରୁଛନ୍ତି ? olxରେ ବିଜ୍ଞାପନ ଦେଇ କ’ଣ ଅଫିସ୍ ବିକ୍ରି କରାଯାଉଛି ? ଏପରି ବିଜ୍ଞାପନ ଆସିବା ପରେ ଲୋକଙ୍କ ମନରେ ଏପରି କିଛି ପ୍ରଶ୍ନ ଉଠିଥିଲା ।

ହେଲେ ଘଟଣା ଥିଲା କିଛି ଅଲଗା । କିଛି ଲୋକ olxରେ ଏପରି ବିଜ୍ଞାପନ ଦେଇ ଟଙ୍କା ହଡପ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ପୋଲିସ ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହ olxରେ ଦିଆଯାଇଥିବା ବିଜ୍ଞାପନକୁ ହଟାଇ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଭିଲା ବୋଲି ଦର୍ଶାଇ ଟଙ୍କା ହଡପ କରିବାକୁ ଚାହୁଁଥିଲେ । ଆଉ ଏହାର ଦାମ୍ ରଖିଥିଲେ ସାଢେ ୭ କୋଟି ଟଙ୍କା ।

ଅଫିସର ଭିତର ଫଟୋ, କୋଠରୀ ଓ ପାର୍କିଂ ନେଇ ସବିଶେଷ ତଥ୍ୟ olxରେ ଦିଆଯାଇଥିଲା । କେହି ଲୋକ ଏହି ଠକେଇରେ ଫସିବା ପୂର୍ବରୁ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.