Latest Odisha News

BREAKING NEWS

କେଜ୍ରିୱାଲଙ୍କ ବିରୋଧରେ ପୋଲିସରେ ଏତଲା ଦେଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ଶାଖା ପକ୍ଷରୁ ପୋଲିସରେ ଏତାଲା ଦିଆଯାଇଛି । କେଜ୍ରିୱାଲ ବିଧାନସଭାରେ କୃଷି ଆଇନକୁ ଚିରି ଆନ୍ଦୋଳନରତ କୃଷକମାନଙ୍କୁ ଉସୁକାଉଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ଏହା ଦ୍ୱାରା ଦିଲ୍ଲୀରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।

ଦିଲ୍ଲୀ ବିଜେପି ଆଇଟି ସେଲ ମୁଖ୍ୟ ଅଭିଷେକ ଦୁବେ ଏହି ଏତାଲା ଦାୟର କରିଛନ୍ତି । ସେ ସମ୍ବିଧାନର ଉଲ୍ଲଂଘନ କରି ଅଶାନ୍ତିକର ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ଦୁବେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୧୭ରେ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକି କୃଷି ଆଇନକୁ ନିନ୍ଦା କରିବା ସହ ଏହାର ନକଲକୁ ଚିରି ଦେଇଥିଲେ ।

Leave A Reply

Your email address will not be published.