Latest Odisha News

ବେଙ୍ଗଲ ପଲଟିକାଲ ଡ୍ରାମା : ଶୁଭେନ୍ଦୁଙ୍କ ଇସ୍ତଫା ଗ୍ରହଣ କଲେନି ବାଚସ୍ପତି

କୋଲକାତା: ବେଙ୍ଗଲ ନିର୍ବାଚନ ଯେତେ ପାଖଉଛି ସେତେ ଡ୍ରାମା ଦେଖିବାକୁ ମିଳୁଛି । ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଥଲେ ମଧ୍ୟ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଏହାକୁ ଗ୍ରହଣ କରି ନାହାନ୍ତି । ବର୍ତମାନ ପରିସ୍ଥିତିରେ ଇସ୍ତଫା ଗ୍ରହଣ କରାଯିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି । ସମ୍ବିଧାନ ଓ ବିଧାନସଭାର ନିୟମ ଅନୁଯାୟୀ ସେ ଇସ୍ତଫା ଦେଇ ନାହାନ୍ତି । ସବୁଠାରୁ ବଡ କଥା ସେ ବ୍ୟକ୍ତିଗତ ଭାବେ ମୋତେ ଇସ୍ତଫା ପତ୍ର ଦେଇ ନାହାନ୍ତି । ସମ୍ପୂର୍ଣ୍ଣ ସୂଚନା ନ ପାଇଲା ପର୍ଯ୍ୟନ୍ତ ଇସ୍ତଫା ଗ୍ରହଣ କରିପାରିବି ନାହିଁ ବୋଲି ବାଚସ୍ପତି କହିଛନ୍ତି ।

ସୋମବାର ବାଚସ୍ପତି ତାଙ୍କ ସହ ସାକ୍ଷାତ କରିବା ପାଇଁ ଅଧିକାରୀଙ୍କୁ କହିଛନ୍ତି । ୨୦ ବର୍ଷ ଧରି ଟିଏମସିରେ ରହିଥିବା ଏହି ହେଭିୱେଟ ନେତା ଆଗାମୀ ନିର୍ବାଚନର ଟ୍ରମ୍ପ କାର୍ଡ ହେବେ ବୋଲି ଆଶା କରାଯାଉଛି । ବିଜେପି ତାଙ୍କୁ ହାତେଇ ନିର୍ବାଚନ ବୈତରଣୀ ପାର ହେବା ଲକ୍ଷ୍ୟରେ ରହିଛି ।

Leave A Reply

Your email address will not be published.