Latest Odisha News

ସଂସଦରେ ରାହୁଲଙ୍କୁ ମୋଦିଙ୍କ ତାତ୍ସଲ୍ୟ, ‘କଂଗ୍ରେସ ଏକ ପରଜୀବୀ’

ନୂଆଦିଲ୍ଲୀ: ସୋମବାର ରାହୁଲଙ୍କ ବୟାନକୁ କାଉଣ୍ଟର କରି ଆଜି କିଛି ଏମିତି ଢଙ୍ଗରେ କହିଛନ୍ତି ମୋଦି, ଯେଉଁଥିରେ ସାପ ମରିଯାଇଛି ହେଲେ ବାଡି ଭାଙ୍ଗିନି । ରାହୁଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ସଂସଦରେ ନିଜର ଅଭିଭାଷଣରେ ଜୋର ଦାର କାଉଣ୍ଟର କରିଛନ୍ତି ମୋଦି ।

ଏନେଇ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ତାତ୍ସଲ୍ୟ କରି କହିଛନ୍ତି, ସହଯୋଗୀଙ୍କ ରକ୍ତମାଂସ ଖାଇ କଂଗ୍ରେସ ବଞ୍ଚିରହୁଛି । ୨୦୨୪ କଂଗ୍ରେସ ‘ପରଜୀବୀ କଂଗ୍ରେସ’ ଭଳି ରହିବ । ଯାହା କେବଳ ମେଣ୍ଟ ଉପରେ ବଞ୍ଚିବ । ଆାଉ ଯାହା ସହ ମେଣ୍ଟ କରେ ତା ଭୋଟ୍ ଖାଇଯାଏ । ଯେଉଁଠି ଏକୁଟିଆ ସେଠି କଂଗ୍ରେସ ଭୋଟ ହାର ୨୬%  । ଯେଉଁଠି ଜୁନିଅର ପାର୍ଟନର ଥିଲେ, ସେଠି ହାର ୫୦% ହାର ଭୋଟ ଗ୍ରହଣ କରିଛି ବୋଲି କହିଛନ୍ତି ମୋଦି । ସେ ଏହା ବି କହିଛନ୍ତି କଂଗ୍ରେସ ଏଥର ଯାହାବି ସଂଖ୍ୟା ଗରିଷ୍ଠତା ହାସଲ କରିଛି, ତାର ୯୯ ଆସନ ତାଙ୍କୁ ତାଙ୍କ ସହଯୋଗୀ ଜିତାଇଛନ୍ତି । କଂଗ୍ରେସ ଏକାକୀ ଲଢ଼ିଥିବା ୧୬ ରାଜ୍ୟରେ ଭୋଟ ହାର କମିଛି । ୧୩ ରାଜ୍ୟରେ ତ ଜିରୋ ସିଟ୍ ଆଣିଛି କଂଗ୍ରେସ । ତଥାପି ବୟାନବାଜି କରୁଛି ବୋଲି କହିଛନ୍ତି ମୋଦି ।

ଦେଶବାସୀ କଂଗ୍ରେସକୁ ଏ ନିର୍ବାଚନରେ ସ୍ପଷ୍ଟ ସଂକେତ ଦେଇଛନ୍ତି । ବିରୋଧୀ ଆସନରେ ବସିବାକୁ କଂଗ୍ରେସକୁ ସଂକେତ ଦେଇଛନ୍ତି । ଲଗାତାର ତୃତୀୟ ଥର କଂଗ୍ରେସ ଶହେ ଛୁଇଁ ପାରିନି । କଂଗ୍ରେସ ଇତିହାସରେ ଏହା ତୃତୀୟ ସର୍ବାଧିକ ଖରାପ ପ୍ରଦର୍ଶନ । ତଥାପି ସୁଧୁରୁନି କଂଗ୍ରେସ ବୋଲି କହିଛନ୍ତି ମୋଦି ।

ତେବେ କହିରଖୁଛୁ, ସୋମବାର କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧି ସଂସଦରେ ତାଙ୍କର ପ୍ରଥମ ଅଭିଭାଷଣରେ ଶାସକ ବିଜେପି ଉପରେ ଅନେକ ଆରୋପ ଲଗାଇଥିଲେ । ହିନ୍ଦୁତ୍ବ, ସଂଖ୍ୟାଲଘୁ, ଅଗ୍ନିବୀର ଯୋଜନା, ଆଦାନୀ-ଅମ୍ବାନୀ ପ୍ରସଙ୍ଗକୁ ନେଇ ବିଜେପି ଉପରେ ଖୁବ୍ ବର୍ଷିଥିଲେ ରାହୁଲ ।

Leave A Reply

Your email address will not be published.